ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ସହରରେ ଚାଲିଥିବା ସେକ୍ସ ରାକେଟକୁ ଆଡ୍ଡାରେ ପୋଲିସ କରିଛି। ଛେଣ୍ଡ କଲୋନୀ ଅଞ୍ଚଳର ବେହେରା ଛକ ଇସିଆର ୨୧୬ ନମ୍ୱର କ୍ୱାଟରରେ ଗତ କିଛି ଦିନ ହେଲା ସେକ୍ସ ରାକେଟ ଚାଲୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ଚେଣ୍ଡ ପୋଲିସ ସେହି କ୍ୱାର୍ଟରରେ ଚଢ଼ଉ କରି ରାଣୀ ମହୁମାଛିକୁ କାବୁ କରିବା ସହିତ ୪ ଯୁବତୀଙ୍କୁ ଉଦ୍ଧାର କରିଛି। ପଶ୍ଚିମବଙ୍ଗ ସହ ଅନ୍ୟାନ୍ୟ ଅଞ୍ଚଳରୁ ଯୁବତୀମାନଙ୍କୁ ଆଣି ସେଠାରେ ଦେହ ବେପାର ହେଉଥିବା ଅଭିଯୋଗ ହୋଇଥିଲା। ଏହି ରାକେଟ୍ର ଚେର କେତେବାଟ ଲମ୍ୱିଛି ଓ ଏଥିରେ ଅନ୍ୟ କାହାର ହାତ ରହିଛି ସେନେଇ ଏବେ ପୋଲିସ ଅଧିକ ତଦନ୍ତ କରୁଛି ।





