Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଂସଦ ଅତିରିକ୍ତ ସଚିବଙ୍କ ଭ୍ୟାନିଟ୍‌ ଚୋରି, ହୀରାର ହାର ସହ ନଗଦ ଟଙ୍କା

by ସଞ୍ଜୟ ସ୍ୱାଇଁ
November 22, 2022
in Crime, State
ସଂସଦ ଅତିରିକ୍ତ ସଚିବଙ୍କ ଭ୍ୟାନିଟ୍‌ ଚୋରି, ହୀରାର ହାର ସହ ନଗଦ ଟଙ୍କା
165
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦିନକୁ ଦିନ ବଢ଼ୁଥିବା ଚୋରି, ଲୁଟ୍‌, ଛିନ୍‌ତାଇ କମିଶନରେଟ୍‌ ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଖାଲି ନିଛାଟିଆ ରାସ୍ତାଘାଟ କି ଲୋକଙ୍କ ଘର ନୁହେଁ, ସହରର ବଡ଼ ତାରକା ହୋଟେଲ ମଧ୍ୟ ଅସୁରକ୍ଷିତ ପାଲଟିଲାଣି । ଯାହାକି, ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଏକ ବିବାହ ଉତ୍ସବକୁ ଯାଇଥିବା ସଂସଦର ଜଣେ ଅତିରିକ୍ତ ସଚିବ ଚୋରିର ଶିକାର ହୋଇଛନ୍ତି । ସେ ହେଉଛନ୍ତି, ଅନୀତା ଭଟ୍ଟ ପଣ୍ଡା । ଏନେଇ ଅନୀତା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ ରବିବାର ସନ୍ଧ୍ୟାରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଥିବା ଏକ ତାରକା ହୋଟେଲରେ ଅନୀତାଙ୍କ ଭାଣିଜୀଙ୍କ ବିବାହ ଉତ୍ସବ ଥିଲା। ଅନୀତା ଉକ୍ତ ଉତ୍ସବକୁ ଯାଇଥିଲେ । ନବ ଦମ୍ପତ୍ତିଙ୍କୁ ଆର୍ଶୀବାଦ ଦେବା ପାଇଁ ତାଙ୍କ ଭ୍ୟାନିଟ୍‌ ବ୍ୟାଗକୁ ମଣ୍ଡପ କଡ଼ରେ ରଖି ଦେଇଥିଲେ । କିଛି ସମୟ ପରେ ଅନୀତା ମଣ୍ଡପରୁ ଫେରିକି ଦେଖନ୍ତି ତ, ରଖିଥିବା ସ୍ଥଳରୁ ତାଙ୍କ ଭ୍ୟାନିଟ୍‌ ଗାଏବ୍‌ । ଏହା ଦେଖି ଅନୀତାଙ୍କ ମୁଣ୍ଡ ଚକ୍କର କାଟିଥିଲା । ସେ ହୋଟେଲରେ ଆୟୋଜିତ କନଭେନସନ ହଲର ଚାରିଆଡେ ଖୋଜିଥିଲେ । ସୁରକ୍ଷାକର୍ମୀଙ୍କ ଜରିଆରେ ସିସି କ୍ୟାମେରା ମଧ୍ୟ ଯାଞ୍ଚ ହେଲା । କିନ୍ତୁ ତାଙ୍କ ଭ୍ୟାନିଟ୍‌ କେଉଁଠି ମିଳିଲାନି । ଶେଷରେ ନିରାଶ ହୋଇ ଅନୀତା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଏତାଲା କପିରେ ଦର୍ଶାଯାଇଛି ଯେ ତାଙ୍କ ବ୍ୟାଗରେ ଏକ ହୀରା ହାର, ଏକ ସୁନା ଚେନ୍‌, ୪୫ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌, ୩ଟି ଚଷମା, ଘର ଚାବି ଓ କିଛି ପ୍ରସାଧାନ ସାମଗ୍ରୀ ଥିଲା । ବଡ଼ କଥା ହେଉଛି, ଉକ୍ତ ଭ୍ୟାନିଟ୍‌ରେ ଅନୀତାଙ୍କ ଆଇ-କାର୍ଡ ଥିଲା । ଯାହାକୁ, ଯେ କେହି ଅତି ସହଜରେ ଅପବ୍ୟବହାର କରିପାରେ । ଆଇ-କାର୍ଡ ଜରିଆରେ କୌଣସି ବ୍ୟକ୍ତି ସଂସଦ ଭବନରେ ପ୍ରବେଶ କରିବା ଆଶଙ୍କା ରହିଛି । ଏଥିପାଇଁ ଅଭିଯୋଗକୁ ଗୁରୁତର ସହ ନେଇ ତୁରନ୍ତ ଚୋରକୁ ଧରିବାକୁ ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ସଂସଦର ଜଣେ ଅତିରିକ୍ତ ସଚିବ ରାଙ୍କର ଅଧିକାରୀଙ୍କଠାରୁ ଚୋରି ଖବର ପାଇ ନୂଆପଲ୍ଲୀ ଥାନା ପୁଲିସର ଚିନ୍ତା ବଢ଼ିଯାଇଛି । ଅଭିଯୋଗ କ୍ରମେ ପୁଲିସ୍‌ ଏକ ମାମଲା (୭୨୨/୨୨) କରିଛି । ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ତୁରନ୍ତ ଉକ୍ତ ତାରକା ହୋଟେଲକୁ ଯାଇ ଛାନ୍‌ଭିନ୍‌ ଚଳାଇଛି । ସିସି କ୍ୟାମେରା ଫୁଟେଜ୍‌କୁ ତନ୍ନତନ୍ନ କରି ଯାଞ୍ଚ କରିଛି । ବିବାହ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ଫୋନ୍‌ କରି ପଚରାଉଚରା କରାଯାଉଛି । ମୋବାଇଲ୍‌ ଫୋନ୍‌ ଖୋଜିବାକୁ ଆଇଏମଇଆଇ ନମ୍ବରକୁ ଟ୍ରାକ୍‌ରେ ପକାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!