Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବତନ ସ୍ୱାମୀ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ମୁଣ୍ଡ, ଗଣ୍ଡି ଅଲଗା

by ସଞ୍ଜୟ ସ୍ୱାଇଁ
November 18, 2022
in Crime, State
ପୂର୍ବତନ ସ୍ୱାମୀ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ମୁଣ୍ଡ, ଗଣ୍ଡି ଅଲଗା
699
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପୂର୍ବତନ ସ୍ୱାମୀ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଏଥିରେ ରାଗ ଶାନ୍ତ ନ ହେବାରୁ ମୁଣ୍ଡ, ଗଣ୍ଡି ଅଲଗା କରି ଦୀର୍ଘ ଶହେ କିମି ଦୂରରେ ଫୋପାଡ଼ିଲେ। ସନ୍ଦେହରୁ ଆରମ୍ଭ ହୋଇଥିବା ପାରିବାରିକ କଳହ ନେଲା ଭୟାନକ ରୂପ। ସ୍ୱାମୀକୁ ବାଟରୁ ହଟାଇବାକୁ ରାସ୍ତା ଖୋଜୁଥିବା ପତ୍ନୀ ଶେଷରେ ସ୍ୱାମୀକୁ ବୀଭତ୍ସ ଭାବେ ହତ୍ୟା କରିବାକୁ ପଛାଇ ନାହିଁ। ଏଥିରେ ଅଭିଯୁକ୍ତ ମହିଳାଙ୍କ ପୂର୍ବତନ ସ୍ୱାମୀ ସୁପାରି କିଲର ସାଜିଥିବା ଅଭିଯୋଗ ହେଉଛି। ବାଲେଶ୍ୱର ସଦର ଥାନାରେ ଏପରି ଏକ ଲୋମଟାଙ୍କୁରା ଘଟଣା ସାମନାକୁ ଆସିଛି। ଗତ ୧୨ ତାରିଖରେ ବାଲେଶ୍ୱର ସଦର ଥାନା ଜଣେ ବ୍ୟକ୍ତିଙ୍କ ଗଳିତ ମୁଣ୍ଡ ବିହୀନ ମୃତଦେହ ଠାବ କରିଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ମୃତକ ଜଣକ ନୟାଗଡ ଜିଲ୍ଲା ସଙ୍ଗୋଲ ଗାଁର ଶ୍ରୀଧର ଦଳବେହେରା ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍‌ ତାଙ୍କ ପତ୍ନୀ ସୁମିତ୍ରା ନାୟକଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୁମିତ୍ରାଙ୍କ କହିବାନୁଯାୟୀ, ସେ ଫକୀର ନାୟକଙ୍କୁ ପ୍ରଥମ ବିବାହ କରିଥିବା ବେଳେ ତାଙ୍କୁ ଛାଡ଼ି ଶ୍ରୀଧର ଦଳବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଦ୍ୱିତୀୟ ସ୍ୱାମୀ ସବୁବେଳେ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିବା ବେଳେ ତାଙ୍କୁ ମାରଧର କରୁଥିଲେ। ଏପରିକି ତାଙ୍କ ଛୋଟ ଛୁଆକୁ ବି ମାରିଦେବାକୁ ଉଦ୍ୟମ କରିଥିଲେ। ଏଥିରେ ଅତିଷ୍ଠ ହୋଇ ସୁଯୋଗ ଅପେକ୍ଷାରେ ଥିଲେ ସୁମିତ୍ରା। ଗତ ୬ ତାରିଖ ରାତିରେ ସ୍ୱାମୀ ଶୋଇଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ ସେ ତାଙ୍କୁ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି। ଏହାର ଦିନକ ପରେ ପୂର୍ବ ସ୍ଵାମୀ ଫକୀର ନାୟକକୁ ଡାକି ଶ୍ରୀଧରଙ୍କ ମୃତଦେହକୁ ବାଲେଶ୍ଵରର ଖାନ ନଗରରେ ପକାଇଦେଇଥିଲେ। ମୁଣ୍ଡକୁ ଏକ ଅଖାରେ ଭର୍ତ୍ତି କରି ଏକ ବ୍ୟାଗରେ ପୂରାଇଥିଲେ। ଏହାପରେ ତାକୁ ପ୍ରାୟ ଶହେ କିମି ଦୂର ନେଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇଥିବା ସ୍ୱୀକାର କରିଛନ୍ତି ସୁମିତ୍ରା। ସୁମିତ୍ରାଙ୍କ ତଥ୍ୟ ଆଧାରରେ ପୁଲିସ୍‌ ଆଜି ଭଣ୍ଡାରିପୋଖରୀରୁ ମୁଣ୍ଡକୁ ଜବତ କରିଛି । ତେବେ ସ୍ତ୍ରୀ ପୂର୍ବତନ ସ୍ୱାମୀଙ୍କୁ ସୁପାରି ଦେଇ ସ୍ୱାମୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏନେଇ ମୃତକଙ୍କ ସମ୍ପର୍କୀୟ କହିଛନ୍ତି, ଶ୍ରୀଧର ଦଳବେହେରା ନୟାଗଡ଼ରୁ ଆସି ୩ ବର୍ଷ ହେଲାଣି ବାଲେଶ୍ୱରରେ ପାଣି ଟାଙ୍କି କାମ କରୁଥିଲେ। ଗତ କିଛି ଦିନ ହେବ ତାଙ୍କ ସହ ମୋବାଇଲରେ ଯୋଗାଯୋଗ ହୋଇ ନ ପାରିବାରୁ ପରିବାର ଲୋକେ ଫୋନ୍‌ ଯୋଗେ ଖନ୍ତାପଡ଼ା ଥାନାରେ ଏକ ମିସିଂ କେସ୍‌ ରୁଜୁ କରିଥିଲେ। ପୁଲିସ୍‌ ଖୋଜାଖୋଜି କରି ବାଲେଶ୍ୱରରୁ ମୃତଦେହ ସାଙ୍ଗକୁ ଭଦ୍ରକରୁ ଜବତ କରିଛି ମୁଣ୍ଡ। ତାଙ୍କ ସ୍ତ୍ରୀ ହିଁ ସୁପାରୀ ଦେଇ ଏପରି କାଣ୍ଡ ଘଟାଇଥିବା ପାରିପାର୍ଶିକ ସ୍ଥିତିରୁ ଜଣାପଡ଼ୁଛି। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିବା ବେଳେ ତାଙ୍କ ବାଟରୁ ହଟାଇବାକୁ ସୁମିତ୍ରା ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ସୁମିତ୍ରା ଫକୀର ନାୟକଙ୍କୁ ପ୍ରଥମ ବିବାହ କରିଥିବା ବେଳେ ସେମାନଙ୍କର ୩ଟି ସନ୍ତାନ ଅଛନ୍ତି। ଏହାପରେ କିନ୍ତୁ ସେ ସ୍ୱାମୀ, ଛୁଆଙ୍କୁ ଛାଡ଼ି ଶ୍ରୀଧରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଏହି ବିବାହ ବି ତିଷ୍ଠି ପାରି ନ ଥିଲା ଓ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ସୁମିତ୍ରା, ତାଙ୍କ ପୂର୍ବତମ ସ୍ୱାମୀ ଓ ଅନ୍ୟ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!