ତେଲକୋଇ, (ବାଘୁଆବାର୍ତ୍ତା): ଦାଦନ ଖଟିବାକୁ ଯାଇଥିଲେ । ଶବ ହୋଇ ଫେରିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ । ସୂଚନା ଅନୁସାରେ, ଗାଁର ମହେଶ୍ବର ପାତ୍ରଙ୍କ ପୁଅ ଟୁନା ପାତ୍ର ଦୀର୍ଘ ଆଠ ବର୍ଷ ହେବ ବାଙ୍ଗାଲୋରରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଗତ ୨ ତାରିଖରେ ହନିବେଲ କମ୍ପାନୀରେ କାମ କରୁଥିବା ବେଳେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା ।ଶବ ବ୍ୟବଛେଦ ରିପୋର୍ଟ ଅନୁଯାୟୀ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତଦେହ ଇଣ୍ଡିଗୋ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଥିଲା । ଟୁନାଙ୍କର ମୃତଦେହ ଗତକାଲି ରାତିରେ ସୁନ୍ଦରିଆ ସ୍ଥିତ ଘରେ ପହଞ୍ଚିଥିଲା । ମହେଶ୍ବରଙ୍କର ଏକମାତ୍ର ପୁତ୍ରଥିଲେ ଟୁନା । ତାଙ୍କ ମୃତ୍ୟୁକୁ ନେଇ ପରିବାରର ଶୋକର ଛାୟା ଖେଳିଯାଇଛି ।






