Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକାକୁ ଦୁଷ୍କର୍ମ ମାମଲା, ସରପଞ୍ଚଙ୍କ ସ୍ୱାମୀ ଗିରଫ

by ସଞ୍ଜୟ ସ୍ୱାଇଁ
November 13, 2022
in Crime, State
ନାବାଳିକାକୁ ଦୁଷ୍କର୍ମ ମାମଲା, ସରପଞ୍ଚଙ୍କ ସ୍ୱାମୀ ଗିରଫ
146
VIEWS
Share on FacebookShare on Twitter

ମୋହନା, (ବାଘୁଆବାର୍ତ୍ତା): ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ସହ ଗର୍ଭବତୀ କରିବା ଅଭିଯୋଗରେ ଅଡ଼ବା ସରପଞ୍ଚଙ୍କ ସ୍ୱାମୀ ମାନସ ମଣ୍ଡଳଙ୍କୁ ଗିରଫ କରିଛି ପୁଲିସ୍‌। ଶନିବାର ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେବା ପରେ ପୁଲିସ୍ ଏହି କାର୍ୟ୍ୟାନୁଷ୍ଠାନ ନେଇଛି। ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀ ଜଣଙ୍କ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଛାତ୍ରୀ ଜଣଙ୍କ ସ୍କୁଲ ଯିବା ଆସିବା କଲା ବେଳେ ତାଙ୍କ ଉପରେ ନଜର ପକାଇଥିଲେ ମାନସ ମଣ୍ଡଳ। ଦିନେ ଛାତ୍ରୀଙ୍କ ବାପାମା’ କାମକୁ ଯାଇଥିବା ବେଳେ ସେ ତାଙ୍କ ଘରକୁ ଆସିଥିଲେ। ମୋବାଇଲ୍ ଦେଖାଇବା ବାହାନାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ତା’ପରେ ଧମକଚମକ ଦେଇ ବହୁବାର ଦୁଷ୍କର୍ମ କରିଥିଲେ। ଏ ବିଷୟରେ କାହାକୁ କିଛି କହିଲେ ମାରି ଦେବେ ବୋଲି ଛାତ୍ରୀ ଜଣଙ୍କୁ ମାନସ ଧମକ ଦେଇଥିଲେ। ତେଣୁ ଛାତ୍ରୀ ଜଣଙ୍କ ଚୁପ୍ ରହିଥିଲେ। ଗତ ୧ ତାରିଖରେ ଛାତ୍ରୀ ଜଣଙ୍କ ଅସୁସ୍ଥ ଅନୁଭବ କରିଥିଲେ। କ’ଣ ହୋଇଛି ବୋଲି ବାପା ପଚାରିବାରୁ ସେ ସବୁ କଥା କହିଥିଲେ। ସରପଞ୍ଚଙ୍କ ସ୍ୱାମୀ ତାଙ୍କୁ ବହୁବାର ଦୁଷ୍କର୍ମ କରିଥିବା କଥା କହିଥିଲେ। ଏହା ସହିତ ସେ ଗର୍ଭବତୀ ଥିବା କଥା ବି କହିଥିଲେ। ଏ ନେଇ ଖବର ଯାଇ ପହଞ୍ଚିଥିଲା ସରପଞ୍ଚଙ୍କ ସ୍ୱାମୀ ମାନସ ମଣ୍ଡଳଙ୍କ ପାଖରେ। ଗର୍ଭ ନଷ୍ଟ କରିବା ପାଇଁ ସେ ଛାତ୍ରୀଙ୍କ ପରିବାର ଲୋକଙ୍କୁ କହିଥିଲେ। ମାତ୍ର ଏଥିରେ ସେମାନେ ରାଜି ନହେବାରୁ ମାନସ ସେମାନଙ୍କୁ ଅର୍ଥ ଓ ଇନ୍ଦିରା ଆବାସ ଯୋଜନାରେ ଘର ଦେବାକୁ ଲୋଭ ଦେଖାଇଥିଲେ। ମାତ୍ର ସେମାନେ ରାଜି ନହେବାରୁ ହତ୍ୟା ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହା ପରେ ପରିବାର ଲୋକେ ଗତକାଲି ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ଖୋଳତାଡ଼ କରି ମାନସଙ୍କୁ ଗିରଫ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!