ଜୟପୁର, (ବାଘୁଆବାର୍ତ୍ତା): ଗଞ୍ଜେଇ ବ୍ୟବସାୟୀ ଜୟପୁରର ଆକବର ଓରଫ ମୁରାଦ ଖାନ୍ଙ୍କ ୧.୩ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କରାଯାଇଛି । ଏଥିରେ ରହିଛି ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଯଥା କୋଠା, ବ୍ୟାଙ୍କ ବାଲାନ୍ସ ଏବଂ ଗାଡ଼ି। କୋଲକାତା ଏନଡିପିଏସ୍ ଅଥରିଟି ସମ୍ପତ୍ତି ଫ୍ରିଜ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଥରିଟିଙ୍କ ବିନା ଅନୁମତିରେ ସମ୍ପତ୍ତି ଉଠାଣ, ହସ୍ତାନ୍ତର କିମ୍ବା ବ୍ୟବହାର ହୋଇପାରିବନି। ୨୦୨୧ ଜୁନ ୧୧ର ଏକ ଗଞ୍ଜେଇ ଚାଲାଣ ମାମଲାରେ ଆକବରକୁ ଗିରଫ କରାଯାଇଥିଲା। ସଦର ଥାନା ଆଇଆଇସି ଈଶ୍ୱର ତାଣ୍ଡି ଏହି ସୂଚନା ଦେଇଛନ୍ତି।





