ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା । ଗତ କିଛି ଦିନ ଧରି ଲୁଟେରାମାନେ ବିଭିନ୍ନ ତରିକାରେ ମୋବାଇଲ ଲୁଟ କରୁଥିଲେ । ଏହାର ପର୍ଦ୍ଦାଫାସ କରିଛି ନୟାଗଡ଼ ପୁଲିସ । ମୋଟ ୪୦ ଗୋଟି ଚୋରି ମୋବାଇଲ ଜବତ କରି ୩୦ ଗୋଟି ମୋବାଇଲକୁ ଚୋରି ହୋଇଥିବା ଲୋକଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ପହିଙ୍କ ସୁଚନାମୁତାବକ ନୟାଗଡ଼ ଟାଉନ ଥାନା ପୁଲିସ, ସ୍ପେଶାଲ ସ୍କ୍ୱାଡ ଓ ସାଇବର ସେଲର ମିଳିତ ସହାୟତାରେ ଚୋରି ହୋଇଥିବା ମୋବାଇଲକୁ ଜବତ କରାଯାଇ ଆଜି ବିଭିନ୍ନ ଲୋକଙ୍କୁ ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ତଥା ଅନ୍ୟ ରାଜ୍ୟର ମୋବାଇଲ ଜବତ କରାଯାଇଛି ।

ଠିକଣା ମିଳିଥିବା ୩୦ ଜଣ ବ୍ୟକ୍ତିଙ୍କୁ ଆଜି ତାଙ୍କର ଚୋରି ମୋବାଇଲକୁ ଫେରସ୍ତ କରାଯାଇଛି । ସୁଚନାନୁସାରେ ଗତ ମାସ ୧୮ ତାରିଖରେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଞ୍ଚଳର ଏ.ସନ୍ତୋଷ ଓ ଏ.ଅର୍ଜୁନକୁ ଦୁଇଗୋଟି ସୁନା ଚେନ ରାକେଟରେ ବନ୍ଧା ଯାଇଥିଲା । ତାଙ୍କ ଠାରୁ ୨ ଗୋଟି ସୁନା ଚେନ ସମେତ ୧୦ ଗୋଟି ଚୋରା ମୋବାଇଲ ଜବତ କରାଯାଇଥିଲା । ଏହି ଚୋରି ୧୦ ଗୋଟି ମୋବାଇଲକୁ ଯାଞ୍ଚ କରି ଏବଂ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଆଉ ୩୦ ଗୋଟି ମୋବାଇଲ ଜବତ କରାଯାଇଥିଲା । ଏହି ଚୋରି ମୋବାଇଲ ଗୁଡ଼ିକ ଖୋର୍ଦ୍ଧା, ଫୁଲବାଣୀ, ଖଣ୍ଡଗିରି, କଟକ, ଭୁବନେଶ୍ୱର ଓ ନୟାଗଡ଼ ସମେତ ଅନ୍ୟ ରାଜ୍ୟର ମୋବାଇଲ ରହିଥିଲା । ଆଜି ନୟାଗଡ଼ ଆରକ୍ଷ ଅଧୀକ୍ଷକ ଅଲେଖ ପହି ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କ ଚୋରି ମୋବାଇଲକୁ ଫେରସ୍ତ କରାଯାଇଛି ।

ଏଥିନିମନ୍ତେ ଆଜି ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ସମେତ ଡିଏସପି, ଆଡିସନାଲ ଏସପି ଓ ସାଇବର ସେଲର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ନୟାଗଡ଼ ଟାଉନ ଥାନା, ସ୍ୱତନ୍ତ୍ର ସ୍କ୍ୱାଡ ଓ ସାଇବର ସେଲ ପକ୍ଷରୁ ଚଢ଼ଉ କରାଯାଇଥିଲା । ଏହି ଚୋରି ର୍ୟାକେଟକୁ ଧରିବା ପାଇଁ ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନାଙ୍କ ସମେତ ସବ ଇନିସପେକ୍ଟର ଧର୍ମେନ୍ଦ ଶିଆଳ, ଏସ ସିଂ, ଏସ କେ ଦାଶ, ଏଏସଆଇ ପି କେ ବେହେରା, ସାଇବର ସେଲର ଲକ୍ଷ୍ମୀକାନ୍ତ ବରାଡ଼, ନୟାଗଡ଼ ଟାଉନ ଥାନାର ଦୀଲ୍ଲୀପ କୁମାର ବେହେରା, ବବୁଲ ଗୁରୁ, ସିଦ୍ଧାର୍ଥ ଶଙ୍କର ସାହୁ ଓ ସୁବାଷ ଚନ୍ଦ୍ର ହୋତା ଏହି ମୋବାଇଲ ଚୋରି ର୍ୟାକେଟ ଧରିବାରେ ସଫଳ ହୋଇଥିଲେ ।





