ସମ୍ଵଲପୁର, (ବାଘୁଆବାର୍ତ୍ତା): ଯୁବକଙ୍କୁ ବିଭତ୍ସ ହତ୍ୟା। ଅପହରଣ କରି ଯୁବକଙ୍କୁ ପିଟିପିଟି ମାରିଦେଲେ ୨ ଦୁର୍ବୃତ୍ତ। ବୁଧବାର ସକାଳେ ବୁର୍ଲା ପେଟ୍ରୋଲ ପମ୍ପ ନିକଟରୁ ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ସମ୍ଵଲପୁର ବିଶ୍ଵବିଦ୍ୟାଳୟ ନିକଟର ରାମ ମେହେର ବୋଲି ଜଣାପଡ଼ିଛି। ରାମ ମେହେରଙ୍କୁ ୨ ଜଣ ଯୁବକ ଏକ ବାଇକ୍ରେ ଅପହରଣ କରି ନେଇଥିଲେ। ଏହାପରେ ରାମଙ୍କୁ ନିର୍ଘାତ ମାଡ଼ ମାରି ବୁର୍ଲା ପେଟ୍ରୋଲ ପମ୍ପ ନିକଟରେ ଫିଙ୍ଗି ଦେଇଥିଲେ। ବୁଧବାର ସକାଳୁ ପୋଲିସ ପେଟ୍ରୋଲ ପମ୍ପ ନିକଟରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଡାକ୍ତର ରାମ ମେହେରଙ୍କୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ମାଡ଼ ମାରିବା ଯୋଗୁଁ ରାମଙ୍କର ମୃତ୍ୟୁ ହୋଇଛି। ପୂର୍ବ ଶତ୍ରୁତା ଯୋଗୁଁ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।





