Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋର ପୁଲିସ୍‌ ଲୁଚକାଳି ଖେଳ

by ସଞ୍ଜୟ ସ୍ୱାଇଁ
November 7, 2022
in Crime, State
ଚୋର ପୁଲିସ୍‌ ଲୁଚକାଳି ଖେଳ
51
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ଆଗେ ଆଗେ ଲୁଟେରା, ପଛେ ପଛେ ପୁଲିସ୍‌। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ଗୋଡ଼ା ଗୋଡ଼ି ଖେଳ। ଶେଷରେ ଦୁଇ ଲୁଟେରାଙ୍କୁ ଘେରିଯାଇ ମାଡ଼ିବସିଲା ପୁଲିସ୍‌। ଆଜି ମଧ୍ୟାହ୍ନରେ ଏପରି ଫିଲ୍ମ ଷ୍ଟାଇଲ୍‌ର ଲୁଟ୍‌ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି। ଦୁଇ ଲୁଟେରାଙ୍କ ଭିତରେ ନାବାଳକ ରହିଛି। ସୋମବାର ମଧ୍ୟାହ୍ନରେ ପାଢେଲ ଗାଁର ସର୍ବେଶ୍ୱର ପଟେଲ ପାଟଣାଗଡ ଷ୍ଟେଟ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଥିଲେ। ସେହି ଟଙ୍କା ଧରି ସେ ନିକଟସ୍ଥ କପଡା ଦୋକାନକୁ ଯାଉଥିଲେ। ଠିକ୍‌ ସେହି ସମୟରେ ପଲ୍‌ସର୍‌ରେ ଦୁଇ ଜଣ ଆସି ଟଙ୍କା ବ୍ୟାଗ ଧରି ବଲାଙ୍ଗିର ଅଭିମୁଖେ ଚମ୍ପଟ ମାରୁଥିଲେ। ସ୍ଥାନୀୟ ଶ୍ରୀ ପଟେଲ୍‌ଙ୍କୁ ଉଦ୍ଧାର କରିବା ସହିତ ପାଟଣାଗଡ ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଓ ତାଙ୍କ ଟିମ୍‌ ଲୁଟେରାଙ୍କୁ ପିଛା କରିଥିଲେ। ପାଟଣାଗଡ଼ ଥାନା ପୁଲିସ୍‌ ଏନେଇ ଆଖପାଖ ଥାନାକୁ ଖବର ଦେଇଥିଲା। ଏହା ପରେ ସବୁ ଥାନା ସତର୍କ ହୋଇ ଯାଇଥିଲେ। ଲୁଟେରାଙ୍କୁ କାବୁ କରିବା ପାଇଁ ବାହାରି ପଡ଼ିଥିଲେ। ଆଗେ ଆଗେ ଲୁଟେରା ଓ ପଛେ ପଛେ ପୁଲିସ୍‌। ଅନ୍ୟପକ୍ଷରୁ ଏସ୍‌ଡିପିଓ ତୋଫାନ୍‌ ବାଗ ସଦଳବଳେ ବଲାଙ୍ଗିର ପାର୍ଶ୍ୱରୁ ଆସୁଥିଲେ। ଝାଙ୍କରପାଲିଠାରେ ଲୁଟେରା ଓ ଏସ୍‌ଡିପିଓ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଲୁଟେରାମାନେ ଏସ୍‌ଡିପିଓଙ୍କୁ ଧକ୍କା ମାରି ଫେରାର ହେବାକୁ ଚେଷ୍ଟା କରୁଥିଲେ। ମାତ୍ର ଅନ୍ୟ ପୁଲିସ୍‌ କର୍ମଚାରୀମାନେ ଦୁଇ ଲୁଟେରାଙ୍କୁ ମାଡ଼ି ବସିଥିଲେ। ଲୁଟେରାଙ୍କ ଆକ୍ରମଣ ଏସ୍‌ଡିପିଓ ସାମାନ୍ୟ ଆହତ ହୋଇଛନ୍ତି। ପାଟଣାଗଡ଼ ଥାନା ପୁଲିସ୍‌ ଦୁଇ ଲୁଟେରାଙ୍କ ଭିତରୁ ଆସ୍କା ଅଞ୍ଚଳର ନାବାଳକକୁ ସୁଧାର ଗୃହକୁ ପଠାଇ ଦେଇଥିବା ବେଳେ ଯାଜପୁର ଜିଲ୍ଲା ଅଭିଯୁକ୍ତ ବିଜୟ ଦାସଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଲୁଟ୍‌ରେ ବ୍ୟବହାର ହୋଇଥିବା ବାଇକ୍‌କୁ ଜବତ କରିଛି। ବାଇକ୍‌ ଡିକିରେ ଥିବା ଗୋଟିଏ ଚାବି ପେନ୍ଥା ମଧ୍ୟ ପୁଲିସ୍‌ ଜବତ କରିଛି। ଏମାନେ କେତେଦିନ ଧରି ଏପରି ଲୁଟ୍‌ କରୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!