ନୟାଗଡ଼, (ବାଘୁଆବାର୍ତ୍ତା): ଏସ୍ଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ବ୍ୟବସାୟୀ ଭାଗବତ ଗିରଫ । ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ । ସୁଚନାନୁସାରେ ନୟାଗଡ଼ ଜିଲ୍ଲା ବାଣିଗୋଛା ଅଞ୍ଚଳର ଭାଗବତ ନୟାଗଡ଼ ଓ କନ୍ଧମାଳ ଜଙ୍ଗଲରୁ ବାଘ ମାରିଥିବା ସୂଚନା । ଏନେଇ ଅଧିକ ଖୋଲତାଡ଼ କରୁଛି ଏସ୍ଟିଏଫ୍ । ସେହିପରି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି ଏସ୍ଟିଏଫ୍ । କେବଳ ଏହି ଦୁଇଟି ସ୍ଥାନରୁ ବାଘ ଶିକାର କରିଛି । ନା ଆଉ କେଉଁ କେଉଁ ସ୍ଥାନରୁ ବାଘ ଶିକାର କରିଛନ୍ତି । ଭାଗବତଙ୍କୁ ଜେରା ପରେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।





