ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ମାତିଛନ୍ତି ବାଇକ୍ ଲୁଟେରା। ଖୋର୍ଦ୍ଧା କୋର୍ଟ ପରିସରରୁ ବାଇକ ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଘଟଣା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ସଦର ଥାନା ଅନ୍ତର୍ଗତ ବାଜପୁର ଗ୍ରାମର ଦିବ୍ୟାରଞ୍ଜନ ସାହୁ ତାଙ୍କର ବନ୍ଧୁ ବିଜୟ ସେନାପତିଙ୍କ ଓଡି ୩୩ଏମ ୭୫୪୦ବିଶିଷ୍ଟ ବାଇକ୍ ନେଇ କୋର୍ଟ ତାରିଖରେ ହାଜର ହେବାକୁ ଆସିଥିଲେ । ଏହି ସମୟରେ ସେ କୋଟ ପରିସରରେ ବାଇକ୍ ରଖି ତାରିଖରେ ସମୟକୁ ଅପେକ୍ଷା କରିଥିଲେ । ପରେ ହଠାତ ଜଣେ ଅଜଣା ବ୍ୟକ୍ତି ତାଙ୍କ ବାଇକ୍ ଏକ ନକଲି ଚାବିରେ ଖୋଲି କୋର୍ଟ ବାହାରକୁ ଚାଲିଯାଇଥିଲା । ତାକୁ ଧରିବାକୁ କିଛି ଓକିଲ ଓ ଦିବ୍ୟାରଞ୍ଜନ ପିଛା କରି ଧରିବାରେ ବିଫଳ ପରେ ଟାଉନ ଥାନା ଅଭିଯୋଗ କରିବା ଜଣାପଡ଼ିଛି । ଅନ୍ୟ ପାର୍ଶ୍ବରେ କୋର୍ଟ ପରିସରରୁ ବାଇକ୍ ଚୋରି ଘଟଣା ଜଣାପଡିବା ପରେ ଓକିଲମାନେ ପୁଲିସ କାର୍ୟ୍ୟଦକ୍ଷତା ପ୍ରଶ୍ନ ଉଠାଇଛନ୍ତି ।





