ଛତ୍ରପୁର, (ବାଘୁଆବାର୍ତ୍ତା): ୧୬ ନମ୍ବର ଜାତୀୟ ରାଜପଥ ପୁଇଁତଲା ଗ୍ରାମ ନିକଟ କିଛି ଦୋକାନରୁ ନକଲି ଇଞ୍ଜିନଅଇଲ ଗଞ୍ଜାମ ଥାନା ପୋଲିସ ଜବତ କରିଛି। ଏହି ସଂକ୍ରାନ୍ତରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। କେଶନମ୍ବର ୨୦୪/୨୨ରେ ମାମଲା ରୁଜୁଚ ହୋଇି ବୋଲି ଆଇଆଇସି ସନ୍ତୋଷ କୁମାର ବେହେରା ସୂଚନା ଦେଇଛନ୍ତି। ଏହି ଘଟଣାରେ ୫ଜଣ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚୁରା କରୁଛି କ୍ଷ କୌଣସି ସୂତ୍ରରୁ ଗଞ୍ଜାମ ଥାନା ପୋଲିସ ଖବର ପାଇ ଆଇଆଇସି ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଏସଆଇ ଅଜିତ ପରିଡା, ନାରାୟଣ କହ୍ନର, ମହିଳା ଏସଆଇ ସୁପ୍ରଭା ସାହୁ ପ୍ରମୁଖ ପୁଇଁତୋଳା ଠାରୁ ଲକ୍ଷ୍ମୀପୁର ପର୍ୟ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଚା ପାନଦୋକାନ ଉପରେ ଚଢ଼ଉ କରି ୫୦ ବାଲ୍ଟି ସିଲ ହୋଇ ରହିଥିବା ନକଲି ଇଞ୍ଜିନ ଅଏଲ ଜବତ କରିଥିଲେ। ଥାନାର କେଇମିଟର ଦୂରରେ ଏହି ଅଏଲ ଦୋକାନ ସମ୍ମୁଖରେ ରଖି ଖୋଲାଖୋଲି ବିକ୍ରି କରି ଆସୁଥିଲେ ଏହି ଅଭିଯୁକ୍ତ ମାନେ। ସମ୍ପୃକ୍ତ ଅଞ୍ଚଳରେ ଚୋର ଡିଜେଲ, ପେଟ୍ରୋଲ, ଲୁହାଛଡ଼, ସିମେଣ୍ଟ ଆଦି ବିକ୍ରି ହେଉଥିବାର ଅଭିଯୋଗ ହେଉଛି।





