ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ୪୮ନମ୍ବର ରାଜ୍ୟରାଜପଥର ବାଘମାରୀ ସିମୋର ରାସ୍ତା ମଝିରୁ ଲୁଟ । ପଲସରରେ ଆସି ବୃଦ୍ଧଙ୍କୁ ଧକ୍କା ମାରି ଲୁଟିନେଲେ ୫୦ହଜାର ଟଙ୍କା । ବଡ଼ବେରଣା ଗ୍ରାମର ଜଟ ସେନାପତି ବାଘମାରିସ୍ଥିତ ଇଣ୍ଡିଆନ ବ୍ୟାଙ୍କରୁ ୫୦ହଜାର ଟଙ୍କା ଉଠାଇ ନିଜ ଗାଁ ଅଭିମୁଖେ ଆସୁଥିଲେ। ଏହି ସମୟରେ ବାଘ ମାରି ସିମୋର ମଧ୍ୟରେ ଏକ ପଲସର ମୋଟର ସାଇକେଲରେ ଆସି ଧକ୍କା ମାରି ଲୁଟି ନେଇଥିବା ବାଘମାରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜଟ । ଅଭିଯୋଗ ପାଇ ବାଘମାରି ପୁଲିସ ବ୍ୟାଙ୍କର ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।





