Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମ୍ନାକୁ ଆସିଚି ଆଉ ଏକ ନୂଆ ତଥ୍ୟ, ରାତିରେ ସୌମ୍ୟଙ୍କ ଘରକୁ ଯାଉଥିଲେ ଡିଏଫଓ

by ସଞ୍ଜୟ ସ୍ୱାଇଁ
September 4, 2021
in Crime, State
ସାମ୍ନାକୁ ଆସିଚି ଆଉ ଏକ ନୂଆ ତଥ୍ୟ, ରାତିରେ ସୌମ୍ୟଙ୍କ ଘରକୁ ଯାଉଥିଲେ ଡିଏଫଓ
353
VIEWS
Share on FacebookShare on Twitter

ଗଜପତି, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ଏସିଏଫ୍‌ସୌମ୍ୟରଂଜନଙ୍କ ମୃତ୍ୟୁଘଟଣାକୁ ୫୦ରୁ ଅଧିକ ଦିନ ବିତିଗଲାଣି । ପାରଳାଖେମୁଣ୍ଡି ପୁଲିସ ଏହି ଘଟଣାର ତଦନ୍ତରେ ଫେଲ୍‌ମାରିବା ପରେ କ୍ରାଇମବ୍ରାଞ୍ଚ ଏହିଘଟଣାକୁ ହାତକୁ ନେଇ ବର୍ତ୍ତମାନ ପର୍ୟ୍ୟନ୍ତ ପାରଲାଖେମୁଣ୍ଡିରେ ୧୪ ଜଣଙ୍କୁ ଜେରା କରିଛି । ଗତ ବୁଧବାର ସୌମ୍ୟଙ୍କ ପରିବାରକୁ ପଚରାଉଚୁରା ପରେ ଗୁରୁବାର ବିଦ୍ୟାଭାରତୀଙ୍କୁ ତାଙ୍କ ବାପାଘର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୌଡ଼ଗାଁରେ ମାରାଥନ ଜେରା କରାଯାଇଛି । ତେବେ ଏହି ଭିତରେ ରାତ୍ରି ଜଗୁଆଳିଙ୍କ ଚାଞ୍ଚଲ୍ୟ ବୟାନ ସାମ୍ନାକୁ ଆସିଛି। ରାତ୍ରି ଜଗୁଆଳି ଗଙ୍ଗା ପ୍ରଧାନ ଡିଏଫ ଓ କାର୍ୟ୍ୟାଳୟର ଗତ ଡ଼ିସେମ୍ବର ମାସ ପର୍ୟ୍ୟନ୍ତ କାର୍ୟ୍ୟ କରିଆସୁଥିଲେ। ରାତ୍ରି ଜଗୁଆଳି ଡ୍ୟୁଟି କରୁଥିବା ସମୟରେ ଦିନେ ଡିଏଫଓ ଓ ଏସିଏଫ୍ ସୋମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ରାତ୍ର ସମୟ ପ୍ରାୟ ସାଢ଼େ ବାରଟା ବେଳେ ଯାଉଥିବା ନିଜେ ଦେଖିଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏପରି ଏକ ତଥ୍ୟ ପ୍ରକାଶ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। କିନ୍ତୁ ବର୍ତ୍ତମାନ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ନିଶ୍ଚିତ ରୂପେ ତଦନ୍ତକୁ ନୂଆ ରୂପ ଦେଇଛି। କ୍ରାଇମବ୍ରାଞ୍ଚ ମଧ୍ୟ ଅଧିକ ତଥ୍ୟ ପାଇଁ ତଦନ୍ତ ପରିସରଭୁକ୍ତ କରି ଆଗାମୀ ଦିନରେ ଗଙ୍ଗାଙ୍କ ବୟାନ ରେକର୍ଡ କରିପାରେ ବୋଲି ଜଣାପଡିଛି। ଉଲ୍ଲେଖ ଯୋଗ୍ୟ ଯେ, ଗତ ଜୁଲାଇ ୧୨ ତାରିଖରେ ସରକାରୀ ବାସଭବନରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା । କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିବାକୁ ନେଇ ପରିବାର ଲୋକେ ସନ୍ଦେହ କରିଥିଲେ । ତାଙ୍କ ପୁଅକୁ ବୋହୂ ବିଦାଭାରତୀ ଓ ପାରଳାଖେମୁଣ୍ଡି ଡିଏଫ୍‌ଓ ଷଡ଼ଯନ୍ତ୍ର କରି ମାରିଥିବା ସେମାନେ ଅଭିଯୋଗ କରିଥିଲେ । ପାରଳାଖେମୁଣ୍ଡି ପୁଲିସ ଦ୍ୱାରା ମାମଲାର ତଦନ୍ତ ଠିକ୍‌ ଭାବେ ହୋଇ ପାରିନଥିଲା । ଏହାପରେ ମାମଲା କ୍ରାଇମବ୍ରାଞ୍ଚ୍‌ ନେଇଛି । ତେଣୁ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାନବାଧିକାର କର୍ମୀ ସୁବ୍ରତ ଦାସ ଏନ୍‌ଏଚ୍‌ଆର୍‌ସିରେ ଗତ ୩ ତାରିଖରେ ଅଭିଯୋଗ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!