ଭୁବନ, (ବାଘୁଆବାର୍ତ୍ତା): ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଦେହ ଖରାପ ହେବାରୁ ବିଦ୍ୟାଳୟରୁ ଏହି ଛାତ୍ରୀ ଜଣକ ଫେରୁଥିବା ବେଳେ ଗ୍ରାମ ଜଙ୍ଗଲ ରାସ୍ତାରେ ଏପରି କାଣ୍ଡ ଘଟିଥିଲା । ଘର ପାଖର ଜଣେ ଯୁବକ ଛାତ୍ରୀ ଜଣକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରୁଥିବା ସମୟରେ କୌଶଳ କ୍ରମେ ସେ ନିଜକୁ ରକ୍ଷା କରି ଘରେ ପହଞ୍ଚିଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ଘରେ ପହଞ୍ଚି ମାଆ-ବାପାଙ୍କୁ ସବୁ କଥା କହିବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା । ଏପରି ଏକ ଅଭାବନୀୟ ଘଟଣା ଭୁବନ ଥାନା ଅନ୍ତର୍ଗତ ଟାଙ୍ଗରୀଆ ଗ୍ରାମରେ ଘଟିଛି । ଗ୍ରାମର ମଲ୍ଲୀ ନାଏକ ( ଛଦ୍ମ ନାମ ) ଦଶମ ଶ୍ରେଣୀର ପାଠ ପଢନ୍ତି । ଆଜି ବିଦ୍ୟାଳୟକୁ ଯାଇଥିବା ସମୟରେ ଦେହ ଖରାପ ଲାଗିବାରୁ ଘରକୁ ଫେରୁଥିଲେ । ଆସିବା ବାଟରେ ଗ୍ରାମର ଜଗବନ୍ଧୁ ପାତ୍ର ତାଙ୍କୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ ଏହି ଘଟଣାରେ ଭୁବନ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।





