ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିବା ପରେ ଶ୍ଵଶୁର ଘରେ ଆତ୍ମହତ୍ୟା କଲା ଜ୍ଵାଇଁ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଉଛନ୍ତି ସମ୍ବଲପୁର ଛିପିଲିମା ଅଞ୍ଚଳର ବନ୍ତୋଷ ଗଣ୍ଡ। ବନ୍ତୋଷ ଗଣ୍ଡ ଆଜି ସକାଳୁ କୌଣସି ଏକ କାରଣରୁ ପାଲିଗାଁ ସ୍ଥିତ ଶ୍ଵଶୁର ଘରେ ତାଙ୍କ ସ୍ତ୍ରୀ ସହ କଳହ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବନ୍ତୋଷ ତାଙ୍କ ସ୍ତ୍ରୀ ରଞ୍ଜିତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଭୁଜାଲି ଆକ୍ରମଣରେ ରଞ୍ଜିତା ଗୁରୁତର ହୋଇଥିଲେ। ଏହାପରେ ବନ୍ତୋଷ ଶ୍ଵଶୁର ଘରେ ଏକ କୋଠରୀରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ରଞ୍ଜିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଖବର ପାଇ ଘଟଣାସ୍ଥଳରେ ବୀରମହାରାଜପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।





