Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହଙ୍ଗା ପଡିଲା ଚୋରି ସୁନା ବନ୍ଧକ ରଖିବା, ଚୋରମାନଙ୍କୁ ଟଙ୍କା ଲୋନ୍‌ ଦେଇ ଗିରଫ ହୋଇଛନ୍ତି

by ସଞ୍ଜୟ ସ୍ୱାଇଁ
September 4, 2021
in Crime, State
ମହଙ୍ଗା ପଡିଲା ଚୋରି ସୁନା ବନ୍ଧକ ରଖିବା, ଚୋରମାନଙ୍କୁ ଟଙ୍କା ଲୋନ୍‌ ଦେଇ ଗିରଫ ହୋଇଛନ୍ତି
151
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚୋରି ସୁନା ବନ୍ଧକ ରଖିବା ମହଙ୍ଗା ପଡିଲା । ବିନା ଯାଞ୍ଚରେ ଚୋରି ସୁନାକୁ ବନ୍ଧକ ରଖି ଚୋରମାନଙ୍କୁ ଟଙ୍କା ଲୋନ୍‌ ଦେଇ ଗିରଫ ହୋଇଛନ୍ତି ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ସମ୍ପୃକ୍ତ ସଂସ୍ଥାର ମୁଖ୍ୟ। ସୁନା ଚୋରି କରିଥିବା ବିଭୂତି ପ୍ରଧାନ ଓ ଶୁଭ୍ରଜିତ ଦେବତାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବାଇକ୍‌ ଓ ମୋବାଇଲ ଜବତ କରାଯାଇଛି। ଖାରବେଳ ଥାନା ଆଇଆଇସି ଅରୁଣ ସ୍ୱାଇଁଙ୍କ କହିବା ଅନୁସାରେ, ଝାରସୁଗୁଡ଼ା ଅଞ୍ଚଳର ଜଣେ ମହିଳା ତାଙ୍କ ଭାଇ ଘର ଚନ୍ଦ୍ରଶେଖରପୁରକୁ ଆସିଥିଲେ। ଗତ ୨୫ ତାରିଖ ସନ୍ଧ୍ୟା ସମୟରେ ମହିଳା ଜଣଙ୍କ ତାଙ୍କ ଭାଇଙ୍କ ସହ ସ୍କୁଟିରେ ଝାରସୁଗୁଡା ଯିବା ପାଇଁ ଷ୍ଟେସନ ଯାଉଥିଲେ। ମହିଳା ଜଣଙ୍କ ନିଜ ଭ୍ୟାନିଟି ବ୍ୟାଗରେ କିଛି ସୁନା ରଖିଥିଲେ। ଜୟଦେବ ବିହାର ନିକଟରେ ବିଭୂତି ଓ ଶୁଭ୍ରଜିତ ମହିଳାଜଣଙ୍କ ଭ୍ୟାନିଟି ବ୍ୟାଗ ଧରିଥିବା ଲକ୍ଷ୍ୟ କରି ତାଙ୍କୁ ଫଲୋ କରିଥିଲେ। ପରେ ଏଜି ଛକ ନିକଟରେ ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେଇଥିଲେ। ଟଣାଓଟରା ସମୟରେ ମହିଳାଜଣଙ୍କ ଗାଡ଼ିରୁ ତଳେ ପଡ଼ିଯାଇଥିଲେ। ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ତା’ପର ଦିନ ଅର୍ଥାତ ୨୬ ତାରିଖରେ ବିଭୂତି ଓ ଶୁଭ୍ରଜିତ ଚନ୍ଦ୍ରଶେଖରପୁରସ୍ଥିତ ସମ୍ପୃକ୍ତ ସଂସ୍ଥାରେ ଏହି ଚୋରି ସୁନା ବନ୍ଧକ ରଖିଥିଲେ। ତେବେ ଉକ୍ତ ସଂସ୍ଥା କିଛି ଡକ୍ୟୁମେଣ୍ଟ ଯାଞ୍ଚ ନ କରି ୨୯ ଗ୍ରାମ୍ ସୁନା ବଦଳରେ ୮୦ ହଜାର ଟଙ୍କା ଲୋନ୍ ଦେଇଥିଲେ। ଏହି ଲୋନ୍ ଟଙ୍କାରେ ଜଣେ ଅଭିଯୁକ୍ତ ମାର୍ବଲ କିଣିଥିବା ବେଳେ ଅନ୍ୟ ଜଣେ ଘର କାମରେ ଲଗାଇଥିଲେ। ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ବିଭୂତି ଓ ଶୁଭ୍ରଜିତଙ୍କୁ ପୁଲିସ୍ ଗିରଫ କରିଥିଲା। ଦୁଇ ଜଣ ଲୁଟେରା ଗିରଫ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଗତକାଲି ଘରୋଇ ସୁନା ବନ୍ଧକ ସଂସ୍ଥାର ମୁଖ୍ୟଙ୍କୁ ଗିରଫ କରାଯାଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!