Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରି ବନ୍ଧା ହେଲେ ଶିକ୍ଷକ

by ସଞ୍ଜୟ ସ୍ୱାଇଁ
October 30, 2022
in Crime, State
ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରି ବନ୍ଧା ହେଲେ ଶିକ୍ଷକ
103
VIEWS
Share on FacebookShare on Twitter

ଦେବଗଡ଼, (ବାଘୁଆବାର୍ତ୍ତା): ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ। ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ସ୍କୁଲ ପରିସରରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବଳପୂର୍ବକ ଆଲିଙ୍ଗନ କରି ବନ୍ଧା ହେଲେ ଗଣିତ ଶିକ୍ଷକ। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବମ୍ପରଡା ନୋଡାଲ ୟୁପି ସ୍କୁଲରେ ଏଭଳି ଘଟଣା ଘଟିଛି। ବାରକୋଟ ଥାନା ବମ୍ପରଡା ନୋଡାଲ ୟୁପି ସ୍କୁଲର ଗଣିତ ଶିକ୍ଷକ ସୋମନାଥ ପ୍ରଧାନ (୫୦ ବର୍ଷ) ଦୀର୍ଘ ଦିନ ହେବ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଭିନ୍ନ ବାହାନାରେ ପିଛା କରୁଥିଲେ। ଏପିରିକି ତାଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲେ। ୨୭ ତାରିଖରେ ଗଣିତ ଶିକ୍ଷକ ବାହାନା କରି ଛାତ୍ରୀଙ୍କ ଘରେ ପହଞ୍ଚିଥିଲେ। ପରେ ଶନିବାର ଦିନ ଶିକ୍ଷକ ଜଣକ ବିଦ୍ୟାଳୟର ଏକ କୋଠରୀରେ ଛାତ୍ରୀଙ୍କୁ ଏକାନ୍ତରେ ପାଇ ବଳପୂର୍ବକ ଆଳିଙ୍ଗନ କରିବା ସହ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିଥିଲେ। ଛାତ୍ରୀଜଣଙ୍କ ବିଦ୍ୟାଳୟରୁ ଘରକୁ ଯାଇ ଏସଂପର୍କରେ ପରିବାର ଲୋକଙ୍କୁ କହିଥିଲେ। ଏହାପରେ ପରିବାର ଲୋକେ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି ନିକଟରେ ଅଭିଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଓ ସରପଞ୍ଚଙ୍କ ଉପସ୍ଥିତିରେ ଜରୁରୀ ବୈଠକ ବସିଥିଲା। ବୈଠକରେ କୌଣସି ନିଷ୍କର୍ସ ନବାହାରିବାରୁ ପରିବାର ପକ୍ଷରୁ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ସେହିପରି ଗତ ୨୩ ତାରିଖରେ କୁଣ୍ଢେଇଗୋଳା ଥାନା ସିଆରମାଳିଆ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଜଣେ ନାବାଳିକା ଛାତ୍ରୀଙ୍କୁ ଅନୁରୂପ ଭାବେ ଅଶ୍ଳୀଳ ଆଚାରଣ କରି ଜେଲ ଯାଇଛନ୍ତି । ସେହି ଘଟଣାକୁ ଏକ ସପ୍ତାହ ନପୂରୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!