Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କିରାଣୀଙ୍କ ଜରିଆରେ ୩୫ ହଜାର ଲାଞ୍ଚ ନେଉଥିଲେ ବିଇଓ

by ସଞ୍ଜୟ ସ୍ୱାଇଁ
September 4, 2021
in Crime, State
କିରାଣୀଙ୍କ ଜରିଆରେ ୩୫ ହଜାର ଲାଞ୍ଚ ନେଉଥିଲେ ବିଇଓ
299
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): କିରାଣୀଙ୍କ ଜରିଆରେ ୩୫ ହଜାର ଲାଞ୍ଚ ନେଉଥିଲେ ବିଇଓ। ଏହି ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ି ଯାଇଛନ୍ତି ଉଭୟ ବିଇଓ ଓ କିରାଣୀ। ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୩୫ ହଜାର ଟଙ୍କା । ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଭିଜିଲାନ୍ସ ଦ୍ୱାରା ଗିରଫ ଦ୍ୱୟ ହେଲେ ହେମଗିରିର ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣୀ ବିରଞ୍ଚି ଖିଲେଇ । ସାହାସପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ନାରାୟଣ ବାଘଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ସୁରେନ୍ଦ୍ର ସାହୁ । ସେ କିରାଣୀ ବିରଞ୍ଚି ଖିଲେଇଙ୍କ ଜରିଆରେ ଲାଞ୍ଚ ନେଉଥିଲେ । ୨୦୧୦ରେ ନାରାୟଣ ବାଘ କୁତାବଗା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ। ଉକ୍ତ ସମୟରେ ସେ ୨୫ ଶହ ଟଙ୍କାର ୟୁସି ଦେବାରେ ବିଳମ୍ବ କରିଥିଲେ । ଏହାକୁ କାର୍ୟ୍ୟରେ ଅବହେଳା ଦର୍ଶାଇ ୫୦ ହଜାର ଟଙ୍କା ନ ଦେଲେ ସସ୍‌ପେଣ୍ଡ କରିବାକୁ ଧମକ ଦେଇଥିଲେ ବିଇଓ ସୁରେନ୍ଦ୍ର ସାହୁ । କିଛି ଦିନ ପୂର୍ବେ ୧୫ ହଜାର ଟଙ୍କା ଦେଇଥିଲେ ନାରାୟଣ । ଏହା ସତ୍ତ୍ୱେ ତୁରନ୍ତ ବାକି ୩୫ ହଜାର ଟଙ୍କା ଦେବାକୁ ଚାପ ପକାଇଥିଲେ ବିଇଓ । ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ନାରାୟଣ । ଏହାପରେ ଯୋଜନା ମୁତାବକ, କିରାଣୀ ବିରଞ୍ଚି ଖିଲେଇ ନାରାୟଣଙ୍କଠାରୁ ୩୫ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିରଞ୍ଚିଙ୍କ ସହିତ ସୁରେନ୍ଦ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି ଓ ସମସ୍ତ ଟଙ୍କା ଜବତ କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!