ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବେଆଇନ ଗଂଜେଇ ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଳିପଡ଼ା ଠାରେ ଏହି ଚଢ଼ାଉ ହୋଇଛି । ୧୦୦ କିଲୋ ଗଂଜେଇ ସହ ଗୋଟିଏ ବୋଲେରୋ ଗାଡି ଜବତ ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଅବକାରୀ ଗୁଇନ୍ଦା ବିଭାଗ । ବୋଲେରୋ ଗାଡି ୧୦ ଲକ୍ଷ ଟଙ୍କା ଏବଂ ଜବତ ଗଂଜେଇର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ମୋଟ ଜବତ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଅବକାରୀ ଗୁଇନ୍ଦା ବିଭାଗ ।





