ପୁରୀ, (ବାଘୁଆବାର୍ତ୍ତା): ପୁରୀର ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ । ପାଇକ ସାହି ସ୍ଥିତ ଏକ ଭଡା ଘରେ ଏହି ସେକ୍ସ୍ ରାକେଟ ଚାଲିଥିବା ବେଳେ ଅସଞ୍ଜତ ଅବସ୍ଥାରେ ୬ ଜଣଙ୍କୁ ଗିରଫ କରିଛି ପୁଲିସ। ସେଥିମଧ୍ୟରୁ ୫ଜଣ ପୁରୁଷ ଓ ଜଣେ ମହିଳା ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବାସେଳୀ ସାହି ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର, ୪ଟି ବାଇକ, ୫ଟି ଫୋନ, ୫ ହଜାର ଟଙ୍କା ସମେତ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ। ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୪ଜଣ ପୁରୀର ହୋଇଥିବା ବେଳେ, ୨ ଜଣ ଗଞ୍ଜାମର ହୋଇଥିବା ସୂଚନା ଦେଇଛନ୍ତି ପୁରୀ ସିଟି ଡ଼ିଏସପି କେକେ ହରିପ୍ରସାଦ। ତେବେ ପୋଲିସର କହିବାନୁଯାୟୀ ଜଣେ ମହିଳା ଓ ଜଣେ ଯୁବକ ନିଜକୁ ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ପାଇକ ସାହି ସ୍ଥିତ ଏକ ଭଡା ଘରେ ରହି ଗତ କିଛିଦିନ ଧରି ବାହାରୁ ଯୁବତୀଙ୍କୁ ଆଣି ଏହି ରାକେଟ ଚଲାଇ ଅସୁଥିଲେ। ମାତୃଶକ୍ତିର କିଛି ଭଲୁଣ୍ଟିଆରଙ୍କ ଠାରୁ ଖବର ପାଇ ବାସେଳି ସାହି ପୋଲିସ ରେଡ଼ କରିବା ସମୟରେ ଏହି ରାକେଟ୍କୁ ଧରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ବାସେଳି ସାହି ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏଥିରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସିଟି ଡିଏସପି କହିଛନ୍ତି।





