Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅର୍ଚ୍ଚନାଙ୍କ ନାଁରେ ରୁଜୁ ହୋଇଥିବା ଦୁଇଟି ଏଫଆଇଆର କପି ଆଜି ଇଡି ହାତରେ

by ସଞ୍ଜୟ ସ୍ୱାଇଁ
October 27, 2022
in Crime, State
ଅର୍ଚ୍ଚନାଙ୍କ ନାଁରେ ରୁଜୁ ହୋଇଥିବା ଦୁଇଟି ଏଫଆଇଆର କପି ଆଜି ଇଡି ହାତରେ
172
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଢ଼ିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଅଡ଼ୁଆ। ତାଙ୍କ ଆର୍ଥିକ କାରବାର ସମ୍ପର୍କରେ ତଦନ୍ତ କରିବାକୁ ସଜବାଜ ହେଉଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସେ ଦିଗରେ ଆଉ ଗୋଟିଏ ପାଦ ଆଗେଇଛି। ଅର୍ଚ୍ଚନାଙ୍କ ନାଁରେ ରୁଜୁ ହୋଇଥିବା ଦୁଇଟି ଏଫଆଇଆର କପି ଆଜି ଇଡି ପାଖରେ ପହଞ୍ଚିଛି। କମିଶନରେଟ ପୁଲିସ ପକ୍ଷରୁ ଏହି ଦୁଇ ଏଫଆଇଆର ଇଡି ନିକଟରେ ଦାଖଲ କରାଯାଇଛି। ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଦୁଇଟି ପୃଥକ ପୃଥକ ଏଫ୍ଆଇଆଇର କପି ଇଡିକୁ ହସ୍ତାନ୍ତର ହୋଇଛି। ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଏଫଆଇଆର କରିଥିଲେ। କିଛି ଆପତ୍ତିଜନକ ଫଟୋ ଦେଖାଇ ଅର୍ଚ୍ଚନା ଓ ତାଙ୍କ ସହଯୋଗୀ ଶ୍ରୀ ପରିଜାଙ୍କୁ ୩ କୋଟି ଟଙ୍କାର ବଟି ମାଗୁଥିଲେ। ଏଥିସହ ଟଙ୍କା ନ ଦେଲେ ସେମାନେ ହତ୍ୟା କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଧମକ ଦେଇଥିବା ଶ୍ରୀ ପରିଜା ଏଫଆଇଆରରେ ଦର୍ଶାଇଥିଲେ। ସେହିପରି ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଅନ୍ୟ ଜଣେ ଯୁବତୀ ଦାଖଲ କରିଥିବା ଏଫ୍ଆଇଆର କପି ମଧ୍ୟ ପୁଲିସ ଇଡି ନିକଟରେ ଦାଖଲ କରିଛି। ଅର୍ଚ୍ଚନା ପୀଡ଼ିତା ଯୁବତୀଙ୍କ କିଛି ଅଶ୍ଳୀଳ ଫଟୋ ଉଠାଇ ତାଙ୍କୁ ନିଜ ଇସାରରେ ଅନ୍ୟମାନଙ୍କୁ ଫସାଇବାକୁ କହୁଥିବା ଏଫଆଇଆରରେ ଅଭିଯୋଗ ହୋଇଥିଲା। ଇଡିକୁ ଏଫ୍ଆଇଆର କପି ମିଳିବା ପରେ ତଦନ୍ତକାରୀ ସଂସ୍ଥାର ପରବର୍ତ୍ତୀ ପଦକ୍ଷେପ ନେଇ ବାଟ ଫିଟିଛି। ଖୁବଶୀଘ୍ର ଅର୍ଚ୍ଚନା ଠୁଳ କରିଥିବା ଅମାପ ସମ୍ପତ୍ତିର ଛାନଭିନ୍ ଇଡି କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। କାରଣ ଇଡି ହିଁ ପୁଲିସ୍‌କୁ ଏଫଆଇଆର କପି ମାଗିଥିଲା। ଇଡି ଏହି ମାମଲାରେ ହସ୍ତକ୍ଷେପ କଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆକାଉଣ୍ଟକୁ ନେଇ ଖୋଳତାଡ଼ ହେବ। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ କେଉଁ ନେତା, ମନ୍ତ୍ରୀ, ଫିଲ୍ମ ପ୍ରଯୋଜକ, ଅଫିସ୍‌ର ଓ ବଡ଼ବଡ଼ିଆ ଟଙ୍କା ପଠାଇଛନ୍ତି, ତାହାର ଗୁମର ଖୋଲିବ। ଖୁବ୍ କମ୍ ଦିନ ଭିତରେ ଏହି ଦମ୍ପତି କିପରି କୋଟି ପତି ହେଲେ ଓ ସେମାନଙ୍କୁ କେଉଁମାନେ ଏବଂ କାହିଁକି ଟଙ୍କା ଦେଇଛନ୍ତି, ତାହା ଇଡି ତଦନ୍ତ କରିବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!