ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀରାମଚନ୍ଦ୍ରପୁର ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ୍ ଘଟଣାର ପର୍ଦାଫାଶ। ୩ ଅଭିଯୁକ୍ତଙ୍କୁ ଗଁଦିଆ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ଆଉ ୪ ଜଣ ଫେରାର୍ ଅଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ୨ ଲକ୍ଷ ୫୬ ହଜ଼ାର ଟଙ୍କା ଜବତ ହୋଇଛି। ଗତ ଅକ୍ଟୋବର ୩ ତାରିଖ ମଧ୍ୟରାତ୍ରୀରେ ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀରାମଚନ୍ଦ୍ରପୁର ନିକଟରେ ଥିବା ଏସବିଆଇ ଏଟିଏମ୍ରୁ ଲୁଟ୍ ହୋଇଥିଲା। ଦୁର୍ବୃତ୍ତମାନେ ମେସିନ୍ ଭାଙ୍ଗି ୨୨ ଟକ୍ଷ ୧୭ ହଜାର ୯୦୦ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାରେ ଏବେ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଆଉ ୪ ଜଣ ଫେରାର୍ ଅଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ୨ ଲକ୍ଷ ୫୬ ହଜ଼ାର ଟଙ୍କା ଜବତ ହୋଇଛି। ଏହା ସହ ଲୁଟ୍ରେ ବ୍ୟବହୃତ ହୋଇଥିବା ଲୁହା ଛେଣି, ସିସିଟିଭିର ଡିଭିଆର ବକ୍ସ, ଗୋଟିଏ ମାରୁତି ଅଲ୍ଟୋ କାର, ବାଇକ୍ ଜବତ ହୋଇଛି। ଧରାପଡ଼ିଥିବା ୩ ଅଭିଯୁକ୍ତ ହେଲେ ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗାଁର ଜିତେନ୍ଦ୍ର ନାୟକ, ଭଦ୍ରକ ଜିଲ୍ଲାର ନିର ପାଣି, ଖୋର୍ଦ୍ଧାର ରାକେଶ ଦାସ।





