ବୈଶିଙ୍ଗା, (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରୁ ଆସି ବୈଶିଙ୍ଗାରେ ଜଣଙ୍କ ଘରୁ ଚୋରି କରିଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୁଲିସ। ଗତ ୧୭ ତାରିଖରେ ବୈଶିଙ୍ଗା ଥାନା ଅନ୍ତର୍ଗତ ଆଗ୍ରିଆ-ବିଶ୍ରାମପୁର ରାସ୍ତାର ପାର୍ଶ୍ୱରେ ଥିବା ମନୋଜ କୁମାର ମହାନ୍ତିଙ୍କ ଘରର ଝରକା ଭାଙ୍ଗି ଏହି ଚୋରମାନେ ଟଙ୍କା ଓ ସୁନା ଅଳଙ୍କାର ଚୋରି କରିଥିଲେ। ଏନେଇ ମନୋଜ ବୈଶିଙ୍ଗା ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ମଙ୍ଗଳବାର ବୈଶିଙ୍ଗା ପୁଲିସ ଏହି ଚୋରମାନଙ୍କୁ ଧରିବାରେ ସଫଳ ହୋଇଛି। ତେବେ ଏହି ଚୋରମାନେ ବୈଶିଙ୍ଗା ଥାନା ଅଞ୍ଚଳ ବ୍ୟତୀତ ଝାରପୋଖରିଆ , ଉଦଳା, ବାଲେଶ୍ଵର ଅଞ୍ଚଳରେ ମଧ୍ୟ ଚୋରି କରିଥିବା ପୁଲିସ ନିକଟରେ ସତ ମାନିଛି। ଏନେଇ ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଦାଶ ପ୍ରେସମିଟ କରି ସୂଚନା ଦେଇଛନ୍ତି।





