ମନମୁଣ୍ଡା, (ବାଘୁଆବାର୍ତ୍ତା): ବୌଦ୍ଧ ରେଞ୍ଜ ଖଜୁରୀପଡା ସେକ୍ସନରେ କାଠ ଗଣ୍ଡି ଚାଲାଣ ବେଳେ ଚଢ଼ଉ କଲା ବନ ବିଭାଗ। ୨ଟି ଶାଳ ଗଣ୍ଡି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଲେ କାଠ ମାଫିଆ। ଶାଳ ଗଣ୍ଡି ଜବତ କଲା ବନ କର୍ମଚାରୀ। ବୌଦ୍ଧ ରେଞ୍ଜ ଖଜୁରୀପଡା ସେକ୍ସନରେ କାଠ ଗଣ୍ଡି ଚୋରା ଚାଲାଣ ହେଉଥିବା ନେଇ ବନ ବିଭାଗ ଗୁପ୍ତ ସୂଚନା ପାଇଥିଲେ । ଏହା ପରେ ଆକ୍ସନ ମୋଡ଼କୁ ଆସିଥିଲେ ବନପାଳ ଅଜିତ ଆଚାର୍ୟ୍ୟ। ତାଙ୍କ ନେତୃତ୍ୱରେ ସୋମବାର ଉକ୍ତ ଅଞ୍ଚଳରେ ପେଟ୍ରୋଲିଂକୁ କଡାକଡ଼ି କରିଦେଇଥିଲେ। ବଡ଼ମାଳ ଗ୍ରାମ ଠାରୁ ୨ଟି ବଡ଼ ଶାଳ କାଠ ଗଣ୍ଡି ଚାଲାଣ କରିବାକୁ ଅଭିଯୁକ୍ତମାନେ ପ୍ରସ୍ତୁତି ଚଳାଇଥିଲେ। ଠିକଣା ସମୟରେ ବନ ବିଭାଗ ସେଠାରେ ଚଢ଼ାଉ କରିଥିଲେ।ବନ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଦୌଉଡି ପଳାଇଥିଲେ।ତେବେ ବନ ବିଭାଗ ଉକ୍ତ ଦୁଇ ଗଣ୍ଡିକୁ ଜବତ କରିଥିଲା ଏବଂ ଏକ ମାମଲା ରୁଜୁ କରିଥିଲା ।ଏହି ଚଢ଼ଉରେ ବନପାଳ ଅଭି ମହାନ୍ତି, ବନରକ୍ଷୀ ପ୍ରକାଶ ପ୍ରଧାନ, ସୁବ୍ରତ ପ୍ରଧାନ,ପ୍ରଦୀପ ସାହୁ, ରମାକାନ୍ତ ପାଣିଗ୍ରାହୀ, ପ୍ରଶାନ୍ତ ସେଠି, ସନ୍ତୋଷ ବାରିକ ପ୍ରମୁଖ ସାମିଲ ଥିଲେ।





