ଚୌଦ୍ୱାର, (ବାଘୁଆବାର୍ତ୍ତା): ବେଆଇନ୍ ବାଲି ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିବା ଜଣାପଡ଼ିଛି । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ହାତୀ ମହାନ୍ତି ବୋଲି ସୁଚନା ଥିବାବେଳେ ଅନ୍ୟ ଜଣେ ଗୁରୁତର ରହିଛନ୍ତି । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଉଭୟଙ୍କୁ ମେଡ଼ିକାଲ ପହଞ୍ଚାଇ ତଦନ୍ତ ଆରମ୍ଭ କରିଛି ।





