ଖୋର୍ଦ୍ଧା. (ବାଘୁଆବାର୍ତ୍ତା): ଅବକାରୀ ବିଭାଗ ପକ୍ଷରୁ ଆଜି ଆଦର୍ଶ ଥାନା ଅନ୍ତର୍ଗତ ପୁବୁସାହି ଗ୍ରାମରେ ଥିବା ଏକ କଲେଜ ନିକଟରେ ଚଢାଉ କରାଯାଇଛି। ନିଶା ବେପାରୀ ପ୍ରଶାନ୍ତ କୁମାର ସାହୁ ନାମକ ଯୁବକଙ୍କୁ ପୋଲିସ ଗିରଫ କରିଛି। ପ୍ରଶାନ୍ତ ନିକଟରୁ ୮୬ ଗ୍ରାମ ବ୍ରାଉନ ସୁଗାର ଓ ଗୋଟିଏ ବାଇକ୍ ଜବତ୍ କରାଯାଇଛି। ପୋଲିସ ଜବତ କରିଥିବା ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୮୭ ହଜାର ଟଙ୍କା ହେବା ବୋଲିସ ଅବକାରୀ ବିଭାଗ ସୂଚନା ଦେଇଛି। ଏ ଘଟଣାରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରିବା ସହ ନିଶା ବେପାର ଅଭିଯୋଗରେ ପ୍ରଶାନ୍ତକୁ ଗିରଫ କରିଛି ।





