Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

5G ନାଁରେ ଚାଲିଛି ଠକେଇ

by ସଞ୍ଜୟ ସ୍ୱାଇଁ
October 22, 2022
in Crime, State
5G ନାଁରେ ଚାଲିଛି ଠକେଇ
151
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଦେଶରେ ସାଇବର କ୍ରାଇମ ବଢୁଥିବା ବେଳେ 5G ନାମରେ ବି ଚାଲିଛି ଫ୍ରଡ । ଲୋକଙ୍କ ନିକଟରେ 5Gନାମରେ ବିଭିନ୍ନ ଲିଙ୍କ ଓ କଲ୍ ପହଞ୍ଚିବା ସହ ସେମାନଙ୍କୁ ଠକିବା ଲାଗି ଉଦ୍ୟମ କରାଯାଉଛି । ଅଜଣା ବ୍ୟକ୍ତିଙ୍କ ଠାରୁ ଆସୁଥିବା ଫୋନ କଲକୁ ବ୍ଲକ କରିବାର ଅବଶ୍ୟକତା ରହିଛି । କଲ୍‌ ଗୁଡିକୁ ଗ୍ରହଣ କରି ସେହି ଅନୁସାରେ ପଦକ୍ଷେପ ନେଲେ ଠକାମୀର ଶିକାର ହେବାର ଆଶଙ୍କା ରହିଛି । ଏହାକୁ ନେଇ ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ପ୍ରଥମେ ସାଇବର ଅପରାଧୀମାନେ ଲୋକଙ୍କ ନିକଟକୁ ସନ୍ଦିଗ୍ଧ କଲ୍ କରିବା ସହ ବିଭିନ୍ନ ସୋସିଆଲ ମିଡିଆ, ଏସଏମଏସ, ହ୍ବାଟସଆପ୍ ଆଦି ଜରିଆରେ ଲିଙ୍କ୍ ପଠାଇଥାନ୍ତି । ଥରେ କଲ୍ ଗ୍ରହଣ କଲେ ବା ଲିଙ୍କ୍ କ୍ଲିକ୍ କଲେ 4Gରୁ 5G ସେବାକୁ ଉନ୍ନୀତ କରିବା ନେଇ ଠକମାନେ ଏସଏମଏସ ପଠାଇଥାନ୍ତି । ଏହି ବାର୍ତ୍ତାଳାପ ସମୟରେ ସେମାନେ କୌଶଳକ୍ରମେ ଓଟିପି ସମେତ ଅନ୍ୟାନ୍ୟ ତଥ୍ୟ ହାସଲ କରିନେଇଥାନ୍ତି । ଏଥିଲାଗି ଅଯଥା ଫୋନକଲ ଓ ସନ୍ଦିଗ୍ଦ ଲିଙ୍କକୁ କ୍ଳିକ୍ ନ କରିବା ଲାଗି ପରାମର୍ଶ ଦିଆଯାଇଛି । ଗ୍ରାହକଙ୍କ ଫୋନକୁ ଆସୁଥିବା ସନ୍ଦିଗ୍ଧ ଫୋନକଲ ଗୁଡିକୁ ବ୍ଲକ କରିବା, ଅଜଣା ଓ ଏପରିକି ଜଣାଶୁଣା ଲୋକଙ୍କ ନିକଟରୁ ଆସୁଥିବା ଲିଙ୍କକୁ କ୍ଲିକ ନକରିବା ଲାଗି ପରାମର୍ଶ ଦିଆଯାଇଛି । 5G ସେବା କ୍ଷେତ୍ରରେ କୌଣସି ଟେଲିକମ କମ୍ପାନି ଓଟିପିର ଅବଶ୍ୟକତା କରି ନଥାନ୍ତି । ଆଡଭାନ୍ସଡ ବୁକିଂ ବା ସ୍ପେସାଲ ଅଫର ସଂକ୍ରାନ୍ତରେ ଯେଉଁ ଫୋନ କଲ୍ ବା ଲିଙ୍କ୍ ଆସିବ ତାହାକୁ ସ୍ପାମ କଲ୍ ଭାବେ ଅଗ୍ରାହ୍ୟ କରିବା ଲାଗି ପରାମର୍ଶ ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!