ବୀରମହାରାଜପୁର, (ବାଘୁଆବାର୍ତ୍ତା): ମହିଳାଙ୍କୁ ଅସଦାଚରଣ ଓ ମାରପିଟ୍ ଅଭିଯୋଗରେ ଯୁବକଙ୍କୁ କୋର୍ଟ ଚାଲାଣ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କାନପୁର ଗାଁର ଜଣେ ମହିଳାଙ୍କୁ ରାସ୍ତାରେ ଅଟକାଇ ଉକ୍ତ ଗାଁର ପ୍ରଦୀପ ଦାସ ନାମକ ଯୁବକ ଅସଦାଚରଣ ଓ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। ପ୍ରଦୀପଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଳଣ କରିଛି। କାନପୁର ଗାଁର ଜଣେ ୨୫ ବର୍ଷୀୟା ମହିଳାଙ୍କୁ ଗାଁର ପ୍ରଦୀପ ଦାସ ନାମକ ଜଣେ ଯୁବକ ରାସ୍ତାରେ ଅଟକାଇ ଅସଦାଚରଣ କରିବା ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ପ୍ରଦୀପ ମହିଳାଙ୍କୁ ଆକ୍ରମଣ କରି ଗାଁ ନିକଟ ପଡିଆରେ ଅଚେତ ଅବସ୍ଥାରେ ଛାଡି ଆସିଥିଲେ। ଆଜି ଭୋର ୪ଟାରେ ମହିଳାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ମହିଳାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଅଭିଯୋଗ ପରେ ବୀରମହାରାଜପୁର ପୋଲିସ ଅଭିଯୁକ୍ତକୁ ଗିରଫ ଲରି କୋର୍ଟ ଚାଲାଣ କରିଛି।





