Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତିରେ ମଦ ପିଇ ସାଙ୍ଗ ହୋଇ ଶୋଇଲେ, ପାହାନ୍ତିଆରେ ଟାଙ୍ଗିଆରେ ହାଣି ହତ୍ୟା କଲେ

by ସଞ୍ଜୟ ସ୍ୱାଇଁ
October 21, 2022
in Crime, State
ରାତିରେ ମଦ ପିଇ ସାଙ୍ଗ ହୋଇ ଶୋଇଲେ, ପାହାନ୍ତିଆରେ ଟାଙ୍ଗିଆରେ ହାଣି ହତ୍ୟା କଲେ
65
VIEWS
Share on FacebookShare on Twitter

ବୀରମିତ୍ରପୁର, (ବାଘୁଆବାର୍ତ୍ତା): ରାତିରେ ସାଙ୍ଗ ହୋଇ ମଦ ପିଇଲେ! ନିଶାରେ ବୋବାଲ୍‌ କଲେ। ସାଙ୍ଗ ହୋଇ ଗୋଟିଏ ଖଟରେ ଶୋଇଥିଲେ। ଆଉ ଯାହାକୁ ପାଖରେ ଶୁଆଇଥିଲେ, ତାଙ୍କୁ ଆଜି ପାହାନ୍ତିଆରେ ଟାଙ୍ଗିଆରେ ହାଣି ହତ୍ୟା କଲେ। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଦଲକି ପଞ୍ଚାୟତ କଲୋନୀ ପଡାର କଲେବର ପ୍ରଧାନ ଜଣେ ଅବସରପ୍ରାପ୍ତ କନ୍‌ଷ୍ଟେବଳ। ଚାକିରିରୁ ଅବସର ପରେ ପରିବାର ଲୋକଙ୍କ ସହ ନିଜ ଘରେ ରହୁଥିଲେ। ଗୁରୁବାର ସନ୍ଧ୍ୟାରେ ବେଳେ ସେ ତାଙ୍କ ସାଙ୍ଗ ସମୀର କିସାନଙ୍କ ଘରକୁ ଯାଇଥିଲେ। ରାତିରେ ଉଭୟ ମିଶି ମଦ ପିଇଥିଲେ। ମଦ ନିଶାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ରାତି ଅଧିକ ହୋଇଥିବାରୁ ତାଙ୍କ ଘରେ ରହିଯାଇଥିଲେ କଲେବର। ଉଭୟ ଗୋଟିଏ ଖଟରେ ଶୋଇଥିଲେ। ଆଜି ଭୋର ପ୍ରାୟ ୫ଟା ବେଳେ ଶୋଇଥିବା ଅବସ୍ଥାରେ କଲେବରଙ୍କୁ ସମୀର ଟାଙ୍ଗିଆରେ ଆକ୍ରମଣ କରିଥିଲା। କଲେବରଙ୍କ ମୁଣ୍ଡ ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଚିତ୍କାର ଶୁଣି ପାଖ ପଡ଼ୋଶୀ ସମୀରଙ୍କ ଘରେ ପହଞ୍ଚି ଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖଟରେ ପଡ଼ିଥିବା କଲେବରଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଆକ୍ରମଣ କରି ସମୀର ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା। ଗାଁ ଲୋକେ ତାଙ୍କୁ ଦଲକି ବ୍ରିଜ୍‌ ନିକଟରୁ କାବୁ କରି ରାଏବଗା ଥାନାକୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ଥାନାକୁ ଆଣି ପଛରାଉଚରା କରୁଛି। ସେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୁଲିସ୍‌ ପାଖରେ ସ୍ୱୀକାର କରିଛି। ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ଓ ସୁନ୍ଦରଗଡ଼ ସାଇଣ୍ଟିଫିକ୍‌ ଟିମ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ୍‌ ଜବତ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!