Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକ ବଡ଼ ମେଡିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି

by ସଞ୍ଜୟ ସ୍ୱାଇଁ
October 21, 2022
in Crime, State
କଟକ ବଡ଼ ମେଡିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି
86
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକ ବଡ଼ ମେଡିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି। ଜଣେ ବ୍ୟକ୍ତି ତାଙ୍କ ଅସୁସ୍ଥ ହୋଇପଡ଼ିଥିବା ଛୁଆକୁ ନେଇ ବାଇକ୍‌ରେ ବଡ଼ ମେଡିକାଲ ଆସିଥିଲେ। ହେଲେ ଗେଟ୍ ପାଖରେ ଛିଡ଼ା ହୋଇଥିବା ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା ସହ ଗାଡ଼ିର ଚାବି ଛଡ଼େଇ ନେଇଥିଲେ। ଆଜି ଘଟିଥିବା ଏହି ଘଟଣାକୁ ନେଇ ସୁବାସ ସଂଗଠନ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ଏହାସହ ସଂଗଠନର ସଦସ୍ୟମାନେ ଏସ୍‌ସିବି ଫାଣ୍ଡିରେ ପହଞ୍ଚି ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ। ଆଉ ଫାଣ୍ଡି ଅଧିକାରୀଙ୍କୁ ଚୁଡ଼ି ପିନ୍ଧିବାକୁ କହିଥିଲେ। ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁବାସ ସଂଗଠନର ସଦସ୍ୟମାନେ ତୁରନ୍ତ ଏଥିରେ ହସ୍ତକ୍ଷେପ କରିଥିଲେ। ରୋଗୀ ଓ ସମ୍ପର୍କିୟଙ୍କ ସହ ଏଭଳି କରାଯିବା ଉଚିତ୍ ନୁହେଁ ବୋଲି ଦୃଢ଼ ପ୍ରତିବାଦ କରି କହିଥିଲେ। ଏହି ସମୟରେ ନିକଟରେ ପ୍ରହରା ଦେଉଥିବା ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ଥିଲେ। ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ କର୍ମଚାରୀମାନେ କାହିଁକି ଏଭଳି ଦାଦାଗିରିକୁ ଦେଖି ଚୁପ୍ ରହୁଛନ୍ତି ବୋଲି ସଂଗଠନର ସଦସ୍ୟମାନେ ପ୍ରଶ୍ନ କରିଥିଲେ ଏବଂ ପାଖରେ ରଖିଥିବା ନାଲି ଚୁଡ଼ି ବାହାର କରି ପୁଲିସ ବାବୁମାନେ ପିନ୍ଧନ୍ତୁ ବୋଲି ଦେଇଥିଲେ। ପରେ ଏସ୍‌ସିବି ଫାଣ୍ଡିରେ ପହଞ୍ଚି ଫାଣ୍ଡି ଅଧିକାରୀ ଏଭଳି ଘଟଣା ରୋକିବାକୁ କାହିଁକି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉନାହାନ୍ତି ବୋଲି କୈଫତ ତଲବ କରିଥିଲେ। ସନ୍ତୋଷଜନକ ଉତ୍ତର ନ ପାଇବାରୁ ଫାଣ୍ତି ଅଧିକାରୀ ଚୁଡ଼ି ପିନ୍ଧନ୍ତୁ ବୋଲି ସଂଗଠନର ସଦସ୍ୟମାନେ କହିଥିଲେ। ଦୁଇଦିନ ତଳେ ଜଣେ ସିକ୍ୟୁରିଟି ଗାର୍ଡ ମେଡିକାଲ ଫାଣ୍ଡି ଭିତରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭରକୁ ହାତ ଉଠାଇଥିଲେ। ପୁଲିସ ଉପସ୍ଥିତିରେ ସିକ୍ୟୁରିଟି ଗାର୍ଡ କିପରି ହାତ ଉଠାଇଲେ, ସେନେଇ ସୁବାସ ସଂଗଠନ ପ୍ରଶ୍ନ ଉଠାଇଥିଲା। ଉକ୍ତ ସିକ୍ୟୁରିଟି ଗାର୍ଡଙ୍କ ବିରୋଧରେ କ’ଣ କାର୍ୟ୍ୟାନୁଷ୍ଠାନ ହୋଇଛି ବୋଲି ପଚାରିଥିଲା। ଏଭଳି ଘଟଣା ବାରମ୍ବାର ଅନେକ ରୋଗୀ ଓ ସମ୍ପର୍କିୟଙ୍କ ସହ ମଧ୍ୟ ଘଟୁଛି। ହେଲେ ଏହା ଉପରେ ସରକାର କିମ୍ବା ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବଢ଼ି ଚାଲିଛି ବୋଲି ଅଭିଯୋଗ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!