କନ୍ଧମାଳ, (ବାଘୁଆବାର୍ତ୍ତା): ଶୁକ୍ରବାର ଫୁଲବାଣୀ ପୋକସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏହାସହ ୨୮ ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ଜୋରିମନା ଅନାଦେୟ ହେଲେ ଆଉ ଦେଢ଼ବର୍ଷ କାରାଦଣ୍ଡ ବଢ଼ିବ ବୋଲି ପୋକସୋ କୋର୍ଟ କହିଛନ୍ତି। ଅଭିଯୁକ୍ତଙ୍କ ପରିଚୟ ନିଲେଶ୍ୱର ପ୍ରଧାନ। ସେହିପରି ପୀଡିତାଙ୍କୁ ୬ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖବର ଅନୁାସାରେ, ୨୦୨୦ ଅକ୍ଟୋବର ୦୯ରେ ଦାରିଙ୍ଗବାଡ଼ିର ପୀଡ଼ିତା ଘରେ ଏକା ଥିଲା । ତାଙ୍କ ବାପା ଓ ମା କାମକୁ ଯାଇଥିଲେ । ଫଳରେ ସେ ତାଙ୍କ ପୋଡ଼ିଶୀ ଘରକୁ ଟିଭି ଦେଖିବାକୁ ଯାଇଥିଲେ। ସେଠାରୁ ଫେରିଲାବେଳେ ଅଭଯୁକ୍ତ ନିଲେଶ୍ୱର ନାବାଳିକାକୁ ରାସ୍ତାରୁ ଅପହରଣ କରି ପାଖରେ ଥିବା ରାଶିବାରି କୁନେଇ ଦୁଷ୍କର୍ମ କରିଥିଲା । ବାପାମା ଘରକୁ ଫେରିଲାପରେ ପୀଡ଼ିତା ଜଣକ କାନ୍ଦିକାନ୍ଦି ବାପା ମାଙ୍କୁ ଏବିଷୟରେ କହିଥିଲେ । ପରେ ତାଙ୍କ ପରିବାର ଲୋକେ ଦାରିଙ୍ଗବାଡ଼ିଥାନାରେ ଏନେଇ ଏତଲା ଦେଇଥିଲେ । ପୀଡ଼ିତା ଜଣଙ୍କ ନାବାଳିକା ବୋଲି ଜଣାପଡ଼ିଛି। ଶୁକ୍ରବାର ୧୦ଜଣ ସାକ୍ଷୀ, ପୋଲିସ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଆଧାର କରି ପୋକସୋ କୋର୍ଟ ବିଚାରପତି ଏହି ରାୟ ଶୁଣାଇଥିବା କଥା ସରକାରୀ ଓକିଲ ଅସୀମ ପ୍ରହରାଜ କହିଛନ୍ତି ।





