Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩୨ ଦାଦନ ଶ୍ରମିକ ଉଦ୍ଧାର, ୨ ଦାଦନ ଦଲାଲ ଗିରଫ

by ସଞ୍ଜୟ ସ୍ୱାଇଁ
October 21, 2022
in Crime, State
୩୨ ଦାଦନ ଶ୍ରମିକ ଉଦ୍ଧାର, ୨ ଦାଦନ ଦଲାଲ ଗିରଫ
38
VIEWS
Share on FacebookShare on Twitter

ଖପ୍ରାଖୋଲ, (ବାଘୁଆବାର୍ତ୍ତା): ଦୁଇଟି ପୃଥକ ସ୍ଥାନରୁ ୩୨ ଦାଦନ ଶ୍ରମିକ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶୁକ୍ରବାର ପାଟ୍ରୋଲିଂ ସମୟରେ ଗମ୍ଭାରୀ ଛକ ଠାରୁ ୧୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଏହାପରେ ଦିନ ୧୧ଟାରେ ଭେଲୁଆଁଖୋଲ ନିକଟରୁ ପିଙ୍କି ନାମକ ଏକ ବସ୍‌ରୁ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହା ସହ ୨ ଦାଦନ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରିଛି । ଖପ୍ରାଖୋଲ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ପୃଥକ ସ୍ଥାନରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଆଜି ଭୋର ସମୟରେ ପାଟ୍ରୋଲିଂ ଟିମ୍ ଗମ୍ଭାରୀ ଛକ ଠାରୁ ୧୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣିଥିଲା। ସେମାନଙ୍କୁ ପଚରାଉଚୁରା କରିବାରୁ ସେମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ବୁଢ଼ୀବାହାଲ ଗ୍ରାମର ୩ଜଣ ପୁରୁଷ, ୩ ଜଣ ମହିଳା ସମେତ ୪ ଜଣ ଶିଶୁ ବୋଲି ଜଣାପଡ଼ିଛି। ତୁରେକେଲା ଥାନା ଖୁଟଲୁମୁଡାର ଦାଦନ ସର୍ଦ୍ଦାର ଗଣେଶ ପାତ୍ର ତରଫରୁ ବୁଢ଼ୀବାହାଲ ଗ୍ରାମର ଦାଦନ ଦଲାଲ ଟଙ୍କଧର ପୁଟେଲ ସେମାନଙ୍କୁ ଏକ ବୋଲେରୋ ଯୋଗେ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ କରୁଥିବା ଜଣାପଡିଥିଲା। ସେହିପରି ସକାଳ ୧୧ଟା ବେଳେ ଭେଲୁଆଁଖୋଲ ନିକଟରେ ପିଙ୍କି ବସରୁ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ପୋଲିସ । ସେମାନେ ବରଗଡ଼ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ରାଇବାହାଦୁରପୁର ଗ୍ରାମର ବୋଲି ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଦାଦନ ଶ୍ରମିକଙ୍କ ମଧ୍ୟରେ ୭ ଜଣ ପୁରୁଷ, ୭ ଜଣ ମହିଳା ସମେତ ୮ ଜଣ ଶିଶୁ ରହିଛନ୍ତି। ସେମାନଙ୍କୁ ଖୁଟଲୁମୁଣ୍ଡାର ଦାଦନ ସର୍ଦ୍ଦାର ପୁରନ ବାଗ ତରଫରୁ ଦାଦନ ଦଲାଲ ଦୟାନନ୍ଦ ସାହୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଥିଲା । ଏହି କ୍ରମରେ ସମୁଦାୟ ୩୨ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ବୋଲେରୋ ସମେତ ଦୁଇ ଦାଦନ ଦଲାଲଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଛି। ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!