Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାମିନ ଆବେଦନ ଶୁଣାଣି ପୂର୍ବରୁ ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ

by ସଞ୍ଜୟ ସ୍ୱାଇଁ
October 21, 2022
in Crime, State
ଜାମିନ ଆବେଦନ ଶୁଣାଣି ପୂର୍ବରୁ ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ
155
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବିଭିନ୍ନ ଆଡ଼ୁ ସମାଲୋଚିତ ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଛି କମିଶନରେଟ ପୁଲିସ୍‌ । କିଛି ଦିନର ନୀରବତା ପରେ ଆଜି ପୁଣି ନେଇଛି କାର୍ୟ୍ୟାନୁଷ୍ଠାନ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଛି। ପ୍ରଥମେ ହନିଟ୍ରାପ୍‌ରେ ଫସାଇ ପରେ ବ୍ଲାକମେଲ୍‌ କରି ମାଲେମାଲ ହୋଇଥିବା ଅର୍ଚ୍ଚନାଙ୍କୁ ଗତ ୭ ତାରିଖରେ ଗିରଫ କରିଥିଲା କମିଶନରେଟ ପୁଲିସ୍‌। ଏହାପରେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଗିରଫଦାରୀ ପାଇଁ ଚାରିଆଡ଼ୁ ଚାପ ପଡ଼ୁଥିବା ବେଳେ ଆଜି ସକାଳେ ତାକୁ ସତ୍ୟବିହାର ଘରୁ ଉଠାଇ ନେଇଥିଲା କମିଶନରେଟ ପୁଲିସ୍‌। ଏହାପରେ ତାଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରିବା ପରେ ମଧ୍ୟାହ୍ନ ସମୟରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି। ଆଜି ସକାଳୁ ଜଗବନ୍ଧୁଙ୍କୁ ଉଠାଇ ନେଇ ପୁଲିସ୍‌ ଅଟକ ରଖିଥିବା ବେଳେ ଦିନ ୧୧ଟା ୪୭ରେ ତାଙ୍କ ଓକିଲ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ଏହାର ଗନ୍ଧ ପାଇ ପୁଲିସ୍‌ ତାଙ୍କୁ ଜାମିନ ଆବେଦନ ଶୁଣାଣି ପୂର୍ବରୁ ଗିରଫ ଦର୍ଶାଇଛି। ତେଣୁ ଆଗୁଆ ଜାମିନକୁ ରୋକିବାକୁ ପୁଲିସ୍‌ ଏପରି ପଦକ୍ଷେପ ନେଇଛି ନା ଏହା ପଛରେ ଆଉ କିଛି ରହସ୍ୟ ଲୁଚିଛି ତାହା ଜଣାପଡ଼ିନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!