Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଦ ବେପାରୀଙ୍କ ସହ ଡିଲ୍‌ କରି ୩ କନଷ୍ଟେବଲ ନିଲମ୍ୱିତ

by ସଞ୍ଜୟ ସ୍ୱାଇଁ
October 20, 2022
in Crime, State
ମଦ ବେପାରୀଙ୍କ ସହ ଡିଲ୍‌ କରି ୩ କନଷ୍ଟେବଲ ନିଲମ୍ୱିତ
34
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ନିଶା ବେପାରୀଙ୍କ ସହିତ ସଲାସୁତୁରା କଲାବେଳେ ଧରାପଡ଼ିଲେ ପୋଲିସ କର୍ମଚାରୀ। ଏହି ଅଭିଯୋଗରେ ୩ କନଷ୍ଟେବଲଙ୍କୁ ବିଭାଗୀୟ ଅଧିକାରୀ କାର୍ୟ୍ୟରୁ ବହିଷ୍କାର କରିଛନ୍ତି। ଏପରି ଘଟଣା ବଲାଙ୍ଗୀରରେ ଦେଖିବାକୁ ମିଳିଛି। ଏପରି ଅଳ୍ପକିଛି ଅସାଧୁ ପୋଲିସ କର୍ମଚାରୀମାନଙ୍କ ପାଇଁ ପୁରା ବିଭାଗ ବଦନାମ ହେଉଛି। ଖବର ଅନୁସାରେ, ବୁଧବାର ବଲାଙ୍ଗୀର ସହର ସୁଡ଼ପଡାରୁ କୁଚିଆ ମଦ ବ୍ୟବସାୟୀକୁ ୩ ପୋଲିସ କର୍ମଚାରୀ ଧରିଥିଲେ। ପରେ ସେମାନେ ତାଙ୍କ ସହ ବୁଝାମଣା କରି ଥାନାରେ ନ ଜଣାଇ ବେପାରୀଙ୍କୁ ଛାଡ଼ି ଦେଇଥିଲେ। ଏହି ଅଭିଯୋଗରେ ୩ କନେଷ୍ଟେବଲଙ୍କୁ ବଲାଙ୍ଗୀର ଏସପି ନିଲମ୍ବନ କରିଛନ୍ତି। ନିଲମ୍ୱିତ କନଷ୍ଟେବଲ ପରିଚୟ ରମାକାନ୍ତ ସୁନା, ବିଜୟ ମୁଦୁଲି ଓ ଭୁବନ ମାଝୀ। ସେମାନେ ଏମାରଜେନ୍ସି ରେସ୍ପପନ୍ସ ୟୁନିଟ ଦାୟିତ୍ୱରେ ଥିଲେ। ରାତି ପେଟ୍ରୋଲିଙ୍ଗ କରିବା ବେଳେ ସେମାନେ ଅଭିଯୁକ୍ତଙ୍କୁ ଧରିଥିଲେ। କିନ୍ତୁ ଏନେଇ ସେମାନେ ସ୍ଥାନୀୟ ଥାନାରେ କୌଣସି ସୂଚନା ଦେଇନଥିଲେ। ଫଳରେ ତାଙ୍କୁ ବଲାଙ୍ଗୀର ଆରକ୍ଷି ଅଧିକ୍ଷକ କାର୍ୟ୍ୟରୁ ନିଲମ୍ବନ କରିଛନ୍ତି। ଏହି ୩ କନଷ୍ଟେବଲଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ରହିଥିଲା। ସେପଟେ ବଲାଙ୍ଗୀରରେ ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ପରିସର ଭିତରକୁ ଆସିଛି। ଅନ୍ୟପଟେ ଏନେଇ ବଲାଙ୍ଗୀର ଏସପି କୁଶଲକର ନୀତିନ ଦଗଦୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସୂଚନାଥାଉ କି, ଅଳ୍ପ କିଛିଦିନ ତଳେ କଣ୍ଟାବାଞ୍ଜିରେ ଏସଡିପିଓ ଦାଦନ ସର୍ଦ୍ଦାରଙ୍କୁ ଜୁଆଡ଼ି ସଜାଡି ୨୦ ଲକ୍ଷରୁ ଅଧିକ ଟଙ୍କା ହେରଫେର କରି ନିଲମ୍ବିତ ହୋଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!