ଝାରସୁଗୁଡ଼ା, (ବାଘୁଆବାର୍ତ୍ତା): ବନ୍ଦ ପଡ଼ିଥିବା କାରଖାନାରୁ ମିଳିଲା ନିଖୋଜ ଯୁବକର ମୃତଦେହ । ମୃତ ଯୁବକ ଜଣକ ଏମଡି ଅଶ୍ରଫ ବୋଲି ସୂଚନା ମିଳିଛି। ଅଶ୍ରଫ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡା ସହର ଉପକଣ୍ଠ ତଲିଭଟ୍ଟା କବରସ୍ଥାନ ପଡ଼ାରେ ରହୁଥିଲା । ଅଶ୍ରଫ ଜଣେ ଚୁଡି ବ୍ୟବସାୟୀ ହୋଇଥିବା ବେଳେ ଗତ ୧୧ ତାରିଖରେ ନିଖୋଜ ନେଇ ଝାରସୁଗୁଡା ସଦର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ଝାରସୁଗୁଡା ଦୁର୍ଲଗା ଠାରେ ବନ୍ଦ ହୋଇ ପଡିଥିବା ଜେଏସପିଏଲ କାରଖାନା ପରିସରରେ ଜମା ହୋଇ ରହିଥିବା କୋଇଲା ଗଦା ଭିତରୁ ଅଶ୍ରଫର ପଚା ମୃତଦେହ ଉଦ୍ଧାର କରିଛି ପୋଲିସ । ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଛନ୍ତି । ଝାରସୁଗୁଡା ଟାଉନ ଥାନା ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତଦେହଟି ପଚି ଯାଇଥିବାରୁ ବୁର୍ଲାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ସୂଚନା ଦେଇଛି ।





