ଭଦ୍ରକ, (ବାଘୁଆବାର୍ତ୍ତା): ୩ଟି ମୋଟର ସାଇକେଲ ଓ ୫ଟି ସାଇକେଲରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ଥାନା ଅଧୀନ ମଞ୍ଜୁରୀ ରୋଡ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳର ଭଗବାନ ଖଣ୍ଡେଇଙ୍କ ଘରେ ବାହାରେ ଥିବା ଗାଡି ଗୁଡିକରେ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।





