Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖାଇବା ଦେବାରେ ବିଳମ୍ବ ହେବାରୁ ଫାଷ୍ଟଫୁଡ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ

by ସଞ୍ଜୟ ସ୍ୱାଇଁ
October 19, 2022
in Crime, State
ଖାଇବା ଦେବାରେ ବିଳମ୍ବ ହେବାରୁ ଫାଷ୍ଟଫୁଡ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ
133
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବାକୁ ପୁଲିସ୍‌ ମିତ୍ର ସାଜିଥିବା ଯୁବକ ଦେଖାଉଛନ୍ତି ଦବଙ୍ଗଗିରି । ଖାଇବା ଦେବାରେ ବିଳମ୍ବ ହେବାରୁ ଫାଷ୍ଟଫୁଡ ଦୋକାନୀଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବାକୁ ପଛାଉ ନାହାନ୍ତି। ଏପରି ଅଭାବନୀୟ କାଣ୍ଡ ରାଜଧାନୀ ଛାତି ଉପରେ ବିଚ୍‌ ରାସ୍ତାରେ ଘଟିଥିବା ବେଳେ ପୁଲିସ୍‌ ଚୁପ୍‌ ବସିଛି। ଏପରି ଜଣେ ପୁଲିସ୍‌ ମିତ୍ରଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ଆଣିଛନ୍ତି ଜଣେ ଫାଷ୍ଟଫୁଡ୍ ଦୋକାନୀ ଜୀବନ ଜ୍ୟୋତି। ଜୀବନ ଜ୍ୟୋତିଙ୍କର ମଞ୍ଚେଶ୍ୱର ଚକେଇସିଆଣି ଶନିଶ୍ଚର ବଜାର ନିକଟରେ ଏକ ଫାଷ୍ଟଫୁଡ୍ ଦୋକାନ ରହିଛି। ଗତକାଲି ଜଣେ ପୁଲିସ୍‌ ମିତ୍ରଙ୍କ ସହ ଆଉ କିଛି ଯୁବକ ତାଙ୍କ ଦୋକାନକୁ ଖାଇବାକୁ ଆସିଥିଲେ। ହେଲେ ଖାଇବାକୁ ଦେବାକୁ ବିଳମ୍ବ ହେବାରୁ ସେମାନେ ତାଙ୍କୁ ଖଣ୍ଡାରେ ଚୋଟ ପକାଇଥିବା ଅଭିଯୋଗ କରିଛନ୍ତି ଜୀବନ ଜ୍ୟୋତି । ଏନେଇ ସେ କହିଛନ୍ତି, ଜଣେ ଯୁବକ ନିୟମିତ ଖାଇବାକୁ ଆସୁଥିବା ବେଳେ ନିଜକୁ ପୁଲିସ୍‌ ମିତ୍ର ବୋଲି କହି ଟଙ୍କା ଦେଇ ନ ଥାନ୍ତି। ଗତକାଲି ସେ ନିଜ ସାଙ୍ଗମାନଙ୍କ ସହ ଆସି ଚାଉମିନ ଅର୍ଡର କରିଥିଲେ। ମାତ୍ର ଖାଇବାକୁ ଦେବାକୁ ବିଳମ୍ବ ହେବାରୁ ଉତ୍ତ୍ୟକ୍ତ ହୋଇ ସେମାନେ ଖଣ୍ଡାରେ ମୋତେ ଚୋଟ ପକାଇଥିଲେ। ପ୍ରାଣ ବିକଳରେ ଦୌଡ଼ିବାରୁ ସେମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ମୋ’ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଏନେଇ ପିସିଆରକୁ ଫୋନ୍‌ କରିବାରୁ ଘଣ୍ଟାଏ ପରେ ପୁଲିସ୍‌ ପହଞ୍ଚିଥିଲା। ସେତେବେଳକୁ ସେମାନେ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ରେ ଅଭିଯୋଗ କଲେ କିଛି ଫରକ ପଡ଼ିବନି ବୋଲି ବି ଧମକ ଦେଇ ଯାଇଥିଲେ। ଜୀବନଜ୍ୟୋତି ଏନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି । ତେବେ ପୁଲିସ୍‌ ପ୍ରକୃତ ଦୋଷୀକୁ ନଧରି ଓଲଟି ତାଙ୍କ ବନ୍ଧୁଙ୍କୁ ଧରି ଅଟକ ରଖିଥିବା ଅଭିଯୋଗ କରିଛନ୍ତି ଜୀବନ ଜ୍ୟୋତି । ଏନେଇ ମଞ୍ଚେଶ୍ୱର ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!