ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଥାନା ଅନ୍ତର୍ଗତ କଉଡ଼ା ଗ୍ରାମ ରେ ଗତ ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ସ୍ବାମୀ – ସୁରେଶ ପ୍ରଧାନ,ଶାଶୁ – ଦ୍ରୋପତି ପ୍ରଧାନ, ଦେଢ଼ଶୁର – ପ୍ରକାଶ ପ୍ରଧାନ ମିଳିତ ଭାବେ ବହୁ ସୀତା ପ୍ରଧାନ ଙ୍କୁ ବାଡ଼େଇ ବାଡ଼େଇ ମାରି ଦେଇଥିବାବେଳେ । ଆତ୍ମ ହତ୍ୟା ର ରୂପ ଦେବାପାଇଁ ଦଉଡ଼ି ସାହାଯ୍ୟରେ ସବ ଟିକୁ ଝୁଲାଇ ଦେଇଥିଲେ। ପରେ ବହୁ ସୀତା ପ୍ରଧାନ ଙ୍କ ର ବାପା ଘର ଲୋକେ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ପୋଲିସ ପ୍ରଶାସନ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରି ବ୍ୟବଛେଦ କାର୍ୟ୍ୟ ସରିଯାଇଥିବା ର ସୂଚନା ମିଳିଛି।ଅନ୍ୟପଟେ କେବଳ ମୃତ ସୀତା ଙ୍କ ସ୍ବାମୀ ସୁରେଶ ପ୍ରଧାନ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶାଶୁ ଏବଂ ଦେଢ଼ ସୁର ଏବେ ବି ଖୁଲାମ୍ ଖୋଲା ବାହାରେ ନିର୍ଭୟ ରେ ବୁଲୁଥିବାର ଦେଖିବାକୁ ମିଳୁଛି । ଏଠି ଦେଖିବାର କଥା ଦଶପଲ୍ଲା ପୋଲିସ କେବଳ ମୃତ ସୀତା ପ୍ରଧାନ ଙ୍କ ସ୍ବାମୀ ସୁରେଶ ପ୍ରଧାନ କୁ କୋର୍ଟ ଚାଲାଣ କରି ହାତ ବାନ୍ଧି ବସି ରହୁଛି ନା ଖୁଲମ ଖୋଲା ବାହାରେ ବୁଲୁଥିବା ଶାଶୁ ଏବଂ ଦେଢ ସୁର ଙ୍କୁ ଗିରଫ କରିବାରେ ସଫଳ ହେଉଛି।ସୂଚନା ଯୋଗ୍ୟ ଯେ ମୁକ୍ଷ ଅଭିଯୁକ୍ତ ମାନଙ୍କୁ ଙ୍କୁ ଖୁବ୍ ଶୀଘ୍ର ଗିରଫ କରିବା ପାଇଁ କଉଡା ଗ୍ରାମ ବାସୀ ଦାବି କରିଛନ୍ତି। ଦେଖିବାର କଥା ଏହି ଘଟଣା ଆଗକୁ କେଉଁ ରୂପ ନେଉଛି ।।





