Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀର ସନ୍ଦେହ ଜନକ ମୃତ୍ୟୁ ପରେ ସ୍ୱାମୀକୁ ଅଟକ ରଖିଲା ପୁଲିସ

by ସଞ୍ଜୟ ସ୍ୱାଇଁ
September 3, 2021
in Crime, State
ସ୍ତ୍ରୀର ସନ୍ଦେହ ଜନକ ମୃତ୍ୟୁ ପରେ  ସ୍ୱାମୀକୁ ଅଟକ ରଖିଲା ପୁଲିସ
32
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ହରିହରପୁର ଗ୍ରାମ ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମହିଳାଙ୍କ ପରିବାର ତରଫରୁ ଏ ନେଇ ଚାନ୍ଦପୁର ଥାନାରେ ହତ୍ୟା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରନ ଦାସ ମୃତ ମହିଳାଙ୍କ ଶବ ଜବତ କରିବା ସହ ପଞ୍ଚନାମା ପାଇଁ ରଣପୁର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିବା ଜଣାପଡିଛି । ମହିଳାଙ୍କ ସ୍ୱାମୀଙ୍କୁ ଚାନ୍ଦପୁର ପୋଲିସ ଅଟକ ରଖିଥିବା ଜଣାପଡିଛି । ମୃତକ ମହିଳା ଜଣଙ୍କ ହେଉଛନ୍ତି ହରିହରପୁର ଗ୍ରାମର ଅମିନ ବେହେରା (୫୦)ଙ୍କ ଦ୍ୱିତୀୟ ସ୍ତ୍ରୀ ସୁକାନ୍ତି ବେହେରା । ଅମିନ ବେହେରାଙ୍କ ପ୍ରଥମ ସ୍ତ୍ରୀର ସନ୍ଦେହ ଜନକ ମୃତ୍ୟୁ ପରେ ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମର ସୁକାନ୍ତି ବେହେରାଙ୍କୁ ୬ ବର୍ଷ ତଳେ ବିବାହ କରିଥିଲେ । ସୁକାନ୍ତି ବେହେରାଙ୍କ ଗୋଟିଏ ୪ ବର୍ଷର କନ୍ୟା ସନ୍ତାନ ରହିଛି । ମୃତ ସୁକାନ୍ତି ବେହେରା ୩ ମାସ ଧରି ନିଜ ବାପ ଘରକୁ ଚାଲିଯାଇଥିଲେ । ଗତ ସୋମବାର ଦିନ ତାଙ୍କ ବାପଘର ଲୋକେ ସୁକାନ୍ତିକୁ ହରିହରପୁର ଗ୍ରାମରେ ଛାଡିଥିଲେ । ସୁକାନ୍ତି ମହିଳା ସ୍ୱଂୟ ସହାୟୀକା ଗୋଷ୍ଠୀ ସଭ୍ୟା ରହି ଗୋଷ୍ଠୀରୁ ଋଣ ଆଣିଥିଲେ । ବାପଘରୁ ଫେରିବା ପରେ ମହିଳା ଗୋଷ୍ଠୀ ୩ ମାସର ମାସିକ ଋଣ ଟଙ୍କା ପଇଠ କରିବା ପାଇଁ ବାଧ୍ୟ କରିଥିଲେ । ମହିଳା ଋଣ ଚାପରେ ଥିବାବେଳେ ଋଣ ସୁଝିବା ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ସେପ୍ଟେମ୍ବର ୨ ତାରିଖ ସକାଳୁ ସୁକାନ୍ତିଙ୍କ ବାପଘରେ ତାଙ୍କର ସନ୍ଦେହ ଜନକ ମୃତ୍ୟୁ ନେଇ ଖବର ପହଞ୍ଚି ଥିଲା । ପରିବାରର ତାଙ୍କ ଭାଇ ଗୋପାଳ ବେହେରା ଆସି ହରିହରପୁରରେ ପହଞ୍ଚି ଦେଖିଲେ ଯେ ତାଙ୍କ ଭଉଣୀ ସୁକାନ୍ତି ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ବରଣ କରି ତଳେ ଶୋଇଛି । ପରିବାର ଲୋକେ ସୁକାନ୍ତି ଆତ୍ମହତ୍ୟା କରିଥିବା କହୁଥିଲେ ମଧ୍ୟ ତାଙ୍କ ଭାଇ ଗୋପାଳ ବେହେରା ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ ଦେଇଥିବା ଜଣାପଡିଛି । ଚାନ୍ଦପୁର ଥାନା ପୋଲିସ ହତ୍ୟା ଅଭିଯୋଗରେ ସ୍ୱାମୀ ଅମିନ ବେହେରାଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!