ସମ୍ବଲପୁର, (ବାଘୁଆବାର୍ତ୍ତା): ଗତ ୧୧ ତାରିଖରେ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ୧୧ ଲକ୍ଷ ଟଙ୍କା ଲୁଟ ଘଟଣାରେ ପୁଲିସକୁ ସଫଳତା। ଲୁଟେରାଙ୍କୁ ଗିରଫ କରିବାରେ ଅସଫଳ ହୋଇଥିଲେ ହେଁ ଲୁଟ ହୋଇଥିବା ୯ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜନୈକ ଲୁଟେରାର ମାଙ୍କୁ ବ୍ରହ୍ମପୁରରୁ ଗିରଫ କରିଥିବା ନେଇ ସମ୍ବଲପୁର ଏସପି ବି ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେପଟେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ପ୍ରୟାସ ଜାରି ରହିଥିବା କୁହାଯାଇଛି।





