Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବକଙ୍କୁ ଗାଡିରେ ବାନ୍ଧି ଦଉଡ଼ାଇବା ଘଟଣାରେ ୨ ଅଟକ

by ସଞ୍ଜୟ ସ୍ୱାଇଁ
October 17, 2022
in Crime, State
ଯୁବକଙ୍କୁ ଗାଡିରେ ବାନ୍ଧି ଦଉଡ଼ାଇବା ଘଟଣାରେ ୨ ଅଟକ
74
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକ ସହରର ଛାତି ଉପରେ ରବିବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଗାଡିରେ ବାନ୍ଧି ଦଉଡ଼ାଇବା ଘଟଣାରେ ପ୍ରତିକ୍ରିୟା ରଖିଲେ ଡିସିପି। ସେ କହିଛନ୍ତି ଯେ, ଟଙ୍କା ଉଦ୍ଧାର ଫେରିପାଇବା ପାଇଁ ଏଭଳି ହୋଇଛି। ପୀଡ଼ିତ ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଛି। ତେବେ ଏହି ଘଟଣାର ଦୁଇ ଅଭିଯୁକ୍ତ ଅଟକ ଅଛନ୍ତି। ସେମାନଙ୍କ ଗାଡି ଜବତ ହୋଇଛି। ଲାଲବାଗ ଥାନାରେ ଏନେଇ ମାମଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ। ପୀଡ଼ିତଙ୍କ ଦେହରେ ସେମିତି କୌଣସି ଗୁରୁତର କ୍ଷତ ଚିହ୍ନ ମଧ୍ୟ ଜଣାପଡିନି। ଅଭିଯୁକ୍ତଙ୍କ ଠାରୁ କୌଣସି ମାରଣାସ୍ତ୍ର ମିଳିନାହିଁ। ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି। ପ୍ରକାଶ ଥାଉକି, ରବିବାର ସନ୍ଧ୍ୟା ସାଢେ ୬ଟାରେ କଟକର ଜନଗହଳି ପୂର୍ଣ୍ଣ ସେଲ୍‌ଟର୍‌ ଛକରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ବସି ଗାଡି ପଛରେ ଏକ ଲମ୍ବା ଦଉଡ଼ିରେ ଜଣେ ଯୁବକଙ୍କୁ ବାନ୍ଧି ଦଉଡ଼ାଇଥିଲେ। ସ୍କୁଟି ଆରୋହୀ ଜଣେ ଯୁବକଙ୍କ ହାତରେ ମାରଣାସ୍ତ୍ର ଧରି ଭୟଭୀତ କରାଉଥିଲେ। ସ୍କୁଟି ଆଗକୁ ଗଡ଼ୁଥାଏ, ଗାଡ଼ିରେ ବନ୍ଧା ହୋଇଥିବା ଯୁବକ ଜଣକ ପଛେ ପଛେ ଏକରକମ ଘୋଷାଡ଼ି ହୋଇ ଦୌଡ଼ି ଚାଲିଥାନ୍ତି ରାସ୍ତାରେ । କଷ୍ଟ ହେଉଥିଲେ ମଧ୍ୟ ଜୀବନ ବିକଳରେ ଯୁବକ ଜଣକ ଗାଡ଼ି ପଛରେ ଝାଳନାଳ ହୋଇ ପଡ଼ିଉଠି ଦୌଡ଼ୁଥାନ୍ତି । ଶହେ କି ଦୁଇ ଶହ ମିଟର ନୁହେଁ, ଏଭଳି ଢଙ୍ଗରେ ଯୁବକଙ୍କୁ ପ୍ରାୟ ୬ କିଲୋମିଟର ବାଟ ପଶୁ ଭଳି ଘୋଷାଡ଼ି ଘୋଷାଡ଼ି ନିଆଗଲା । ବିଭିନ୍ନ ଛକରେ ଟ୍ରାଫିକ୍‌ ଡ୍ୟୁଟି କରୁଥିବା ବହୁ ପୁଲିସ କର୍ମଚାରୀ ଏସବୁ ଦେଖିବି ନିରବ ଥିଲେ। କଟକ ସହରର ଛାତି ଉପରେ ରବିବାର ସନ୍ଧ୍ୟାରେ ଏଭଳି ତାଲିବାନି ଶାସନର ନଗ୍ନ ନମୁନା ଦେଖିବାକୁ ମିଳିଥିଲା। ଉଧାର୍ ନେଇଥିବା କିଛି ଟଙ୍କା ଫେରସ୍ତ ନ କରିବାରୁ ସଂପୃକ୍ତ ଯୁବକଙ୍କୁ ଏଭଳି ଅକଥନୀୟ ନିର୍ୟାତନା ଦିଆଯାଇଛି। ଖାଲି ସେତିକି ନୁହେଁ, ଏପରି ମଧ୍ୟଯୁଗୀୟ ବର୍ବରତା ଓ ନିର୍ୟାତନାକୁ ରାସ୍ତାରେ ବାରଣ କରିଥିବା କେତେ ଜଣ ବ୍ୟକ୍ତିଙ୍କୁ ସଂପୃକ୍ତ ସ୍କୁଟି ଆରୋହୀ ଦୁହେଁ ଖୋଲାଖୋଲି ଧମକ ବି ଦେଇଥିବା ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!