Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଟରେ ପଥର, ଇଟା, ମାଟି ପକାଇ ରାସ୍ତା ଅବରୋଧ, ଦାଦାବଟି ନ ଦେଲେ ଜୀବନରୁ ମାରିଦେବାକୁ ଧମକ

by ସଞ୍ଜୟ ସ୍ୱାଇଁ
October 17, 2022
in Crime, State
ବାଟରେ ପଥର, ଇଟା, ମାଟି ପକାଇ ରାସ୍ତା ଅବରୋଧ, ଦାଦାବଟି ନ ଦେଲେ ଜୀବନରୁ ମାରିଦେବାକୁ ଧମକ
71
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବାଟରେ ପଥର, ଇଟା, ମାଟି ପକାଇ ରାସ୍ତା ଅବରୋଧ କରୁଛନ୍ତି। ଏହି ସମୟରେ ମାଲ୍‌ ବୋଝେଇ ଟ୍ରକ୍‌ ଅଟକିଲେ ସେଥିରେ ଥିବା କର୍ମଚାରୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରୁଛନ୍ତି। ଏପରିକି ଦାଦାବଟି ନ ଦେଲେ ଜୀବନରୁ ମାରିଦେବାକୁ ଧମକ ବି ଦେଉଛନ୍ତି। କଟକ ଜିଲ୍ଲା ପାହାଳ ଥାନା ଅଧୀନରେ ଅସାମାଜିକ ଯୁବକଙ୍କ ଏପରି ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାର ଶିକାର ହୋଇଛନ୍ତି ଜଣେ ଘରୋଇ କମ୍ପାନୀର କର୍ମଚାରୀ। ପାହାଳ ଥାନା ବାଟପୁରଣ ଗ୍ରାମରେ ଏକ ଘରୋଇ କମ୍ପାନୀର ଗୃହ ନିର୍ମାଣ କାମ ଚାଲିଛି। ସେଥିରେ ନିଯୁକ୍ତ ଜଣେ କର୍ମଚାରୀ ଗତକାଲି କମ୍ପାନୀର ମାଲ ପରିବହନ ଗାଡ଼ିରେ ସାଇଡକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ବିଭିନ୍ନ ସ୍ଥାନରେ ପଥର ଓ ମାଟି ଆଦି ଗଦା ହୋଇଥିଲା । ଏହା ଦେଖି ଡ୍ରାଇଭର ଗାଡ଼ି ସ୍ଲୋ କରିଦେବାରୁ ହଠାତ୍‌ କିଛି ଯୁବକ ଚାରିପଟୁ ଘେରିଗଲେ। ଏହାପରେ ସେମାନେ କମ୍ପାନୀ କର୍ମଚାରୀଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିର୍ଧୂମ ପିଟିଥିଲେ। ଏପରିକି ୨୦ ଲକ୍ଷ ଦେଲେ ଛାଡ଼ିବୁ ବୋଲି ବି ଧମକ ଦେଇଥିଲେ। ଖବର ପାଇ କମ୍ପାନୀ ଏମ୍‌ଡି ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ମୁକୁଳାଇଥିବା ବେଳେ ଅସାମାଜିକ ଯୁବକମାନେ ଫେରାର ହୋଇଯାଇଥିଲେ। ସେମାନଙ୍କ ଆକ୍ରମଣରେ କମ୍ପାନୀ କର୍ମଚାରୀଜଣକ ଗୁରୁତର ହେବା ସହ ତାଙ୍କ ମୁଣ୍ଡ ଫାଟି ଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବି କାହାକୁ ଗିରଫ କରି ନ ଥିବା ଜଣାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!