ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ୍ ଠାରେ ଗୋ ଚାଲାଣ ବେଳେ ୫ଟି ପିକଅପ୍ ଗାଡି ଜବତ। ୫ଟି ଗାଡ଼ିରୁ ପ୍ରାୟ ୫୨ଟି ଗାଈ ଉଦ୍ଧାର ହୋଇଛନ୍ତି। ଏହା ସହ ୫ ଗୋ ମାଫିଆଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ପଶୁପ୍ରେମୀ। ରାତି ୩ଟା ବେଳେ ଗୋ ଚାଲାଣ ହେଉଥିବା ଖବର ପାଇ ପଶୁପ୍ରେମୀମାନେ ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ୍ ଠାରେ ଜଗି ରହିଥିଲେ। ଗାଡି ଗୁଡିକ ଫାଷ୍ଟ ଗେଟ୍ ଅତିକ୍ରମ କରିବା ବେଳେ ଅଟକାଇ ଯାଞ୍ଚ୍ କରିବା ବେଳେ ସେଥିରେ ଗୋ ଚାଲାଣ ହେଉଥିବା ଦେଖିଥିଲେ। ଏହି ଗାଡିଗୁଡିକ ହିଞ୍ଜିଳିକାଟୁ ଅଞ୍ଚଳରୁ ବ୍ରହ୍ମପୁର ଦେଇ କନିସି ଏବଂ ସେଠାରୁ କଣ୍ଟେନରରେ ଭଦ୍ରକ ଓ କୋଲକାତା ଆଡ଼କୁ ଚାଲାଣ ହୋଇଥାନ୍ତା ବୋଲି ଜଣାପଡ଼ିଛି । ତେବେ ପଶୁପ୍ରେମୀମାନେ ଗାଡି ଗୁଡ଼ିକୁ ଧରି ବ୍ରହ୍ମପୁର ବଡ ବଜାର ପୁଲିସକୁ ହସ୍ତାନ୍ତର କରିଛନ୍ତି। ୫ଟି ଗାଡ଼ିରୁ ପ୍ରାୟ ୫୨ଟି ଗାଈ ଉଦ୍ଧାର କରିଥିବା ବେଳେ ୫ ଜଣଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି।





