ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍କଣା ହାଡଗରି ନିକଟସ୍ଥ ରେଙ୍ଗାଳି ବାମ ପାର୍ଶ୍ଵ କେନାଲ ରାସ୍ତାରୁ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ମୃତବ୍ୟକ୍ତି ଜଣକ ହେଉଛନ୍ତି କାନପୁରା ଗାଁର ମୀନକେତନ ଦଳେଇ । ସୂଚନା ମୁତାବକ, ମୀନକେତନ ଟାଟା ମାଇନ୍ସରେ ଡ୍ରାଇଭର ଭାବେ କାର୍ୟ୍ୟ କରନ୍ତି । ତେବେ ଆଜି ସେ ଘରକୁ ଏକ ସ୍କୁଟିରେ ଆସୁଥିଲେ । ମାତ୍ର ଆସିବାରେ ବିଳମ୍ବ ହେବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ଫୋନ କରିଥିଲେ । ତେବେ ଫୋନ ଅନ୍ୟ ଜଣେ ଉଠାଇଥିବାବେଳ, ତାଙ୍କ ସ୍ୱାମୀ ଅଚେତ ଅବସ୍ଥାରେ ପଡ଼ିଥିବା ସେ ସୂଚନା ଦେଇଥିଲେ । ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତାଙ୍କ ଶରୀରର ଅଧିକାଂଶ ଖଣ୍ଡିଆ ହୋଇଥିବା ସହ ତାଙ୍କ ଡାହଣ ପଟ ପେଟରେ ଏକ ଗଭିର କ୍ଷତ ସୃଷ୍ଟି ହୋଇଛି । ତେଣୁ ତାଙ୍କୁ କେହି ଗୁଳି କରି ଫେରାର ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ତାଙ୍କ ସ୍ତ୍ରୀ ଝରଣା ଦଳେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ କାମାକ୍ଷାନଗର ପୁଲିସ ଶବ ବ୍ୟବଛଦ ପାଇିଁ ପଠାଇବା ସହ ଏତଲାକୁ ଆଧାର କରି ଅଧିକ ତଦନ୍ତ ଜାରି ରଖିଛି ।





