କଟକ, (ବାଘୁଆବାର୍ତ୍ତା): ରାତିରେ ଘର ବାହାରକୁ ଯାଇ ଆଉ ଫେରିଲାନି ପୁଅ। ସକାଳେ ଏକ ସାଇକେଲ ମରାମତି ଦୋକାନ ସାମ୍ନାରୁ ଉଦ୍ଧାର ହେଲା ମୃତଦେହ। ଯୁବକଙ୍କ ଶରୀରରେ ବିଭିନ୍ନ ଅଂଶ ପୋଡ଼ିଯାଇଥିବା ଦେଖିବା ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ। ଏଭଳି ଅଭାବନୀୟ ଘଟଣା ନିଶ୍ଚିନ୍ତକୋଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତ ସହଦେବପୁର ଗାଁର ଘଟିଛି। ମୃତ ଯୁବକ ଜଣକ ବୈଷ୍ଣବ ଦାସଙ୍କ ପୁଅ ଚିତ୍ତ ରଞ୍ଜନ ଦାସ( ୩୫) ବୋଲି ଜଣାପଡିଛି। ସୂଚନା ମୁତାବିକ, ବନ୍ଧକାଟିଆ ପଞ୍ଚାୟତ ସହଦେବପୁର ଗାଁର ଚିତ୍ତରଞ୍ଜନ ଶନିବାର ରାତି ପ୍ରାୟ ୯ଟା ସମୟରେ ଟର୍ଚ୍ଚ ନେଇ ଘରୁ କୁଆଡ଼େ ବାହାରିଯାଇଥିଲେ । ବିଳମ୍ବିତ ରାତି ଯାଏଁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ କିଛି ପତ୍ତା ମିଳିନଥିଲା । ତେବେ ରବିବାର ସକାଳୁ ଗାଁରେ କିଛି ମହିଳା ମାନେ ଫୁଲ ତୋଳିବାକୁ ଯାଇଥିଲାବେଳେ ସାଇକେଲ ମରାମତି ଦୋକାନ ସାମ୍ନାରୁ ଚିତ୍ତରଞ୍ଜନଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।ମୃତଦେହ ଘର ଠାରୁ ଶହେ ମିଟର ଦୂରରେ ଏକ ସାଇକେଲ ମରାମତି ଦୋକାନ ଠାରେ ମିଳିଥିଲା ମୃତ ଚିତ୍ତଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ିଯାଇଛି। ଏହାକଚ ନେଇ ଚିତ୍ତଙ୍କ ବଡ଼ ଭାଇ ସୁବାସ ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ନେମାଳ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି। ଏଥି ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି।ଏହା କେଉଁ କାରଣରୁ ହୋଇଛି । ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିଛି ।





