ଟାଙ୍ଗୀ, (ବାଘୁଆବାର୍ତ୍ତା): ଗନ୍-ପଏଣ୍ଟରେ ୧ ଲକ୍ଷ ୮୩ ହଜାର ଟଙ୍କା ଲୁଟି ଛୁ ମାରିଲେ ଲୁଟେରା । ନିରାକାରପୁର ମାର୍କେଟ ଉପରେ ଦିନବେଳା ସମୟରେ ଏପରି ଘଟଣା ଘଟିଛି । ମାର୍କେଟିଂ କରିବା ପରେ ଦୋକାନୀମାନଙ୍କ ଠାରୁ ବକେୟା ଟଙ୍କା ଆଦାୟ କରି (I T C କମ୍ପାନୀର ବିଭିନ୍ନ ଖାଦ୍ୟ ସାମଗ୍ରୀର) ସ୍ଥାନୀୟ ବ୍ୟାଙ୍କରେ ଡିପୋଜିଟ୍ କରିବା ପାଇଁ ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି କମ୍ପାନୀ କର୍ମଚାରୀ । ନିରାକାରପୁର ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ଆରମ୍ଭ ଆରମ୍ଭ କରିଛି । ଗୋଟିଏ ପଲସର୍ ବାଇକରେ ଦୁଇଜଣ ଲୁଟେରା ଟଙ୍କା ନେଇ ଚମ୍ପଟ ମାରିଥିବା ଜଣାପଡ଼ିଛି ।





