Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନ୍ୟୁଡ୍‌କଲର ଶିକାର ହୋଇଛନ୍ତି ଯନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
October 15, 2022
in Crime, State
ନ୍ୟୁଡ୍‌କଲର ଶିକାର ହୋଇଛନ୍ତି ଯନ୍ତ୍ରୀ
170
VIEWS
Share on FacebookShare on Twitter

ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ମାୟାବିନୀଙ୍କ ମାୟାଫାସରେ ପଡ଼ି ନ୍ୟୁଡ୍‌କଲର ଶିକାର ହୋଇଛନ୍ତି ଅବିବାହିତ ଯନ୍ତ୍ରୀ। ପରେ ମାୟାବିନୀଙ୍କ ଦ୍ୱାରା ବ୍ଲାକ୍‌ମେଲର ଶିକାର ହୋଇ ପ୍ରାୟ ୬ ଲକ୍ଷ ଟଙ୍କା ହରାଇଛନ୍ତି ଏହି ଯନ୍ତ୍ରୀ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ସ୍ଥାନୀୟ ଜଣେ ଯୁବତୀଙ୍କ ମାୟାଫାସରେ ପଡ଼ି ଟଙ୍କା ହରାଇଛନ୍ତି। ଏନେଇ ଅଭିଯୋଗ ପରେ ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି ସେରଙ୍ଗ ଥାନା ପୁଲିସ। ଯୁବକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଭି.ନିଖିଲେସ। ସେପଟେ ମାଷ୍ଟର ମାଇଣ୍ଡ ଯୁବତୀ ଶ୍ରୀ’ଙ୍କୁ ହାଜର ହେବାକୁ ନୋଟିସ୍ ଦେଇଛି ପୁଲିସ। ଗତ ବର୍ଷେ ହେଲା ଯୁବତୀଙ୍କ ସହ ସଂପର୍କରେ ଥିଲେ କନିଷ୍ଠ ଯନ୍ତ୍ରୀ। ପ୍ରଥମେ ଯୁବତୀଙ୍କ ସହ ଫେସବୁକ୍‌ରେ ବନ୍ଧୁତା। ତା’ ପରେ ଚାଟିଂରେ ଫୋନ୍‌ ନମ୍ବର ଦିଆନିଆ ଓ ନମ୍ବର ପାଇବା ପରେ ୱାଟ୍ସ ଆପରେ ଆରମ୍ଭ ହୋଇଥିଲା ପ୍ରେମ। ତା’ ପରେ ଅଶ୍ଳିଳ କଥାବାର୍ତ୍ତା ସହ ନ୍ୟୁଡ୍ ଭିଡିଓ କଲ୍‌ର ଶିକାର ହୋଇଥିଲେ ଯନ୍ତ୍ରୀ। ଏହି କଥାବାର୍ତ୍ତା ଓ ନ୍ୟୁଡ୍ ଭିଡିଓ କଲକୁ ସ୍କ୍ରିନ୍ ରେକର୍ଡର ଜରିଆରେ ରେକର୍ଡ କରିନେଇଥିଲେ ଅଭିଯୁକ୍ତ ଯୁବତୀ। ପରେ ଯୁବତୀ ଜଣକ ଯନ୍ତ୍ରୀଙ୍କୁ ଏହି ଭିଡିଓକୁ ଭାଇରଲ କରିବାର ଭୟ ଦେଖାଇ ବ୍ଲାକ୍‌ମେଲ କରିଥିଲେ ଓ ତାଙ୍କ ଠାରୁ ଏ ଯାବତ ପ୍ରାୟ ବିଭିନ୍ନ ପର୍ୟ୍ୟୟରେ ୬ ଲକ୍ଷ ଟଙ୍କା ଆଦାୟ କାରିନେଇଛନ୍ତି। ପୀଡ଼ିତ ଯନ୍ତ୍ରୀ ଲୋକଲଜ୍ଜା ଭୟରେ ଯୁବତୀ କହିବା ମୁତାବକ ବିଭିନ୍ନ ବ୍ୟାଙ୍କ ଓ ଫୋନ୍‌ ପେ ଆକାଉଣ୍ଟକୁ ଟଙ୍କା ପଠାଇ ଚାଲିଥିଲେ। ହେଲେ ପରେ ସାହାସ ବାନ୍ଧି ବ୍ଲାକମେଲରୁ ମୁକୁଳିବା ପାଇଁ ଯନ୍ତ୍ରୀ ଜଣକ ଏ ନେଇ ସେରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଗତକାଲି ସେରଙ୍ଗ ଆଇଆଇସି ଏହି ମାମଲାରେ ସମ୍ପୃକ୍ତ ଯୁବତୀଙ୍କୁ ଥାନାରେ ହାଜର ହେବାକୁ ନୋଟିସ କରିଥିବା ବେଳେ ଯୁବତୀଙ୍କ ମଧ୍ୟମରେ ଟଙ୍କା ଆଦାୟ କରୁଥିବା ଯୁବକଙ୍କୁ ଗିରଫ କରିଛି। ଏହି ମାମଲାରେ ସମ୍ପୃକ୍ତ ମୁଖ୍ୟ ଓ ସହଯୋଗୀ ଅଭିଯୁକ୍ତମାନଙ୍କ ୬ ମୋବାଇଲ ଜବତ କରିଛି ପୁଲିସ। ଏହି ମୋବାଇଲ ଗୁଡ଼ିକ ଭି.ନିଖିଲେସ ଓ ଅନ୍ୟ ୪ ଜଣଙ୍କର ବୋଲି ଜଣାପଡ଼ିଛି। ସେମାନଙ୍କ ନାମ ଭି. ଲିଖିତା, ଭି. ଲଳିତା, ଭି. ରାବଣ, ବିଶାଲ ମିଶ୍ର ବୋଲି ଜଣାପଡ଼ିଛି। ସେହିପରି ଭି. ଲିଖିତା, ଭି. ଲଳିତାଙ୍କ ଏଟିଏମ୍ ଓ ବ୍ୟାଙ୍କ ପାସ୍‌ବୁକ୍ ଜବତ କରାଯାଇଛି। ଏହି ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଯଥାକ୍ରମେ ୧ ଲକ୍ଷ ୪୧ ହଜାର ଟଙ୍କା ଓ ୧ ଲକ୍ଷ ୫୭ ହଜାର ଟଙ୍କାକୁ ପୁଲିସ ଅଚଳ କରିଦେଇଛି। ସମସ୍ତଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ କରାଯାଇଛି। ଏହି ମାମଲାରେ ଦୁଇ ଜଣ ଯୁବତୀଙ୍କ ଲିଙ୍କ ବାହାରକୁ ଆସିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଆଇଆଇସି ଅଶୋକ ହାଁସଦା କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!