Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜେଇ ବୋଝେଇ କାର ସହ ୨ ଗଞ୍ଜେଇ ମାଫିଆ ଗିରଫ

by ସଞ୍ଜୟ ସ୍ୱାଇଁ
October 14, 2022
in Crime, State
ଗଞ୍ଜେଇ ବୋଝେଇ କାର ସହ ୨ ଗଞ୍ଜେଇ ମାଫିଆ ଗିରଫ
47
VIEWS
Share on FacebookShare on Twitter

ମୁନିଗୁଡ଼ା, (ବାଘୁଆବାର୍ତ୍ତା): ରାୟଗଡ଼ା ଜିଲ୍ଲା ବିଷମ କଟକ ପୁଲିସକୁ ବଡ଼ ସଫଳତା। ଓଡବା ଠାରୁ ମହାରାଷ୍ଟ୍ରକୁ ଯାଉଥିବା ଗଞ୍ଜେଇ ବୋଝେଇ କାର ସହ ୨ ଗଞ୍ଜେଇ ମାଫିଆ ଗିରଫ। ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲ ଛକରେ ବିଷମ କଟକ ପୋଲିସ ନାକାବନ୍ଦୀ କରି ଚେକିଂ କରୁଥିଲା। ଏହି ସମୟରେ ଏକ ମାରୁତି ସୁଇପ୍ଟ କାରକୁ ପୋଲିସ ସନ୍ଦେହ କରି ଅଟକାଇବାରୁ ଗାଡିଟି ଦ୍ରୁତ ଗତିରେ ଚାଲିଯାଇଥିଲା। ପୋଲିସ ଗୋଡାଇ ଗୋଡାଇ ଚାଞ୍ଚରାଗୁଡା ଗ୍ରାମ ନିକଟରେ ଗାଡିଟିକୁ ଅଟକାଇବାରେ ସଫଳ ହୋଇଥିଲା। ଗାଡିଟିକୁ ଯାଞ୍ଚ୍ କରିବାରୁ ଗାଡି ଡିକି ଏବଂ ସିଟ୍ ତଳୁ ଗଞ୍ଜେଇ ଠାବ ହୋଇଛି। ପ୍ରାୟ ୧୫୦ କେ.ଜି ୭୮୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ଏହା ସହ ୨ ଜଣ ମାଫିଆଙ୍କୁ ଗିରଫ କରି ପୋଲିସ ପଚରାଉଚୁରା କରୁଛି। ତେବେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାଫିଆମାନେ ହେଉଛନ୍ତି ମହାରାଷ୍ଟ୍ର ଧୁଲେଇ ଜିଲ୍ଲାର ରାହୁଲ୍ କସବ୍ ଏବଂ ସୁରେସ୍ ୟୁବ୍ରାଜ ନକୁମ୍ବ। ସଂପୃକ୍ତ ଯୁବକମାନଙ୍କ ଠାରୁ ଦୁଇଟି ମୋବାଲଇ ଫୋନ୍, ନଗଦ ୫ ହଜାର ଟଙ୍କା ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!