କରଞ୍ଜିଆ, (ବାଘୁଆବାର୍ତ୍ତା): ଘରେ ପଶି ଜଣେ ବୟସ୍କ ମହିଳାଙ୍କୁ ବିଭତ୍ସ ହତ୍ୟା । ମହୁଲଡ଼ିହା ଥାନା ବଉଳା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘିଟିଛି । କେହି ଅଜଣା ଦୁର୍ବୃତ୍ତ ଘରେ ପଶି ବୃଦ୍ଧାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ମହୁଲଡିହା ପୋଲିସର ପ୍ରାଥମିକ ତଦନ୍ତ ଜାରି ରହିଥିବା ବେଳେ ସାଇଣ୍ଟିଫିକ ଟିମ ଆସିବା ପରେ ଅଧିକ ତଦନ୍ତ କରିବ ବୋଲି ସୂଚନା ଦେଇଛି ପୋଲିସ । ମୃତ ବୃଦ୍ଧା ଜଣକ ହେଉଛନ୍ତି ବଉଳା ଗାଁର ସୁନା ପୂର୍ତ୍ତି । ତେବେ ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।





